ଘରେ ତିଆରି କରନ୍ତୁ ଟମାଟୋ ଚିକେନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ଘରେ ତିଆରି କରନ୍ତୁ ଟମାଟୋ ଚିକେନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଚିକେନ୍‌କୁ ନେଇ ବହୁ ଡିସ୍‌ ତିଆରି ହୋଇଥାଏ। ଆଜି ଆମେ ଆପଣଙ୍କୁ ଚିକେନ୍‌କୁ ନେଇ ଏକ ନୂଆ ଡିସ୍‌, ‘ଟମାଟୋ ଚିକେନ୍‌’ର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ବୋନ୍‌ଲେସ୍‌ ଚିକେନ୍‌, ବଟା ହୋଇଥିବା ପିଆଜ, ରସୁଣ ଓ ଅଦା, ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି, ଲୁଣ, ଆବଶ୍ୟକ ଅନୁସାରେ ଟମାଟୋ ବଟା ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ପିଆଜ, ରସୁଣ ଓ ଅଦା ବଟାକୁ ପକାନ୍ତୁ। ଏହାକୁ ୧୦ ମିନିଟ୍‌ ଯାଏ କଷନ୍ତୁ।

ପରେ ଏଥିରେ ଭୃସଙ୍ଗ ପତ୍ର, ଜିରା ଗୁଣ୍ଡ, ଡାଲଚିନି ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଲବଙ୍ଗ, ହଲଦୀ ଗୁଣ୍ଡ, ଜାଇ ଫଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗୁଜୁରାତି ଗୁଣ୍ଡ ଓ ଲୁଣ ପକାନ୍ତୁ। ଏବେ ଏହାକୁ ଆହୁରି ଭଲ ଭାବେ କଷନ୍ତୁ।

ମସଲା ଟିକେ କଷି ହୋଇଯିବା ପରେ ସେଥିରେ ଚିକେନ୍‌ ପକାଇ ଦିଅନ୍ତୁ। ଚିକେନ୍‌ ଟିକେ ସିଝି ଆସିଲେ, ଏଥିରେ ଟମାଟୋ ବଟାକୁ ପକାନ୍ତୁ। ଏବେ ଆଞ୍ଚକୁ ଟିକେ କମ୍‌ କରି ଏହାକୁ ଘୋଡ଼ାଇ ଦିଅନ୍ତୁ।

କିଛି ସମୟ ପରେ ଟମାଟୋ ଭଲ ଭାବେ ଟିକେନ୍‌ ସହ ମିଶିଯିବ ଓ ଏହାର ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଯିବ। ବର୍ତ୍ତମାନ ଏଥିରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଚିକେନ ଫୁଟିଗଲା ପରେ ଚୁଲିକୁ ବନ୍ଦ କରିଦିଅନ୍ତୁ।

ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ଚିକେନ୍‌। ଏହାକୁ ଭାତ, ରୁଟି, ନାନ୍ ଓ ପରଟା ସହ ଗରମ ଗରମ ପରଷନ୍ତୁ।



from Odisha Reporter https://ift.tt/2NcB056

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages