ନିଶା ଦେଇ ଇଜ୍ଜତ ଲୁଟିଥିଲେ, ଭିଡ଼ିଓ ଭାଇରାଲ କରିଦେବେ କହି ୩ ମାସ ଧରି କରୁଥିଲେ ଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ନିଶା ଦେଇ ଇଜ୍ଜତ ଲୁଟିଥିଲେ, ଭିଡ଼ିଓ ଭାଇରାଲ କରିଦେବେ କହି ୩ ମାସ ଧରି କରୁଥିଲେ ଦୁଷ୍କର୍ମ

rape,,,,

ବିକାନେର: ମିଠେଇରେ ନିଶା ଦେଇ ପ୍ରଥମେ ଅଜାଣତରେ ଇଜ୍ଜତ ଲୁଟିଲେ। ଆଉ ଏହି ଘଟଣାକୁ କଏଦ କଲେ ମୋବାଇଲରେ। ପରେ ଏହି ଭିଡ଼ିଓକୁ ଆଧାର କରି ଦୀର୍ଘ ୩ ମାସ ହେଲା ପାଶବିକ ଅତ୍ୟାଚାର ଚଳାଇଥିଲେ ଦୁଇ ଯୁବକ। ୩ ମାସ ଧରି ଦୁଷ୍କର୍ମର ଶୀକାର ହେଉଥିବା ମହିଳା ଜଣକ କିନ୍ତୁ ନିଜ ଇଜ୍ଜତ ଚାଲିଯିବା ଭୟରେ କାହାରିକୁ କିଛି କହୁ ନ ଥିଲେ। ହେଲେ ଏବେ ଅଭିଯୁକ୍ତମାନେ ତାଙ୍କୁ ମାରି ଦେବାକୁ ଯୋଜନା କରୁଥିବା ଜାଣିପାରି ଏବେ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

ଘଟଣାଟି ହେଉଛି ରାଜସ୍ଥାନର ବିକାନେର ସହର କୋତବାଲୀ ଥାନା ଅଞ୍ଚଳର। ଅଭିଯୋଗ ଅନୁସାରେ, ଗୁଲଜାର ବସ୍ତି ରହୁଥିବା ଦୁଇ ଯୁବକ ଆସିଫ ଓ ରାଜା ପୀଡିତାଙ୍କୁ ମିଠାରେ ନିଶା ମିଶାଇ ଖାଇବାକୁ ଦେଇଥିଲେ। ମିଠା ଖାଇବା ପରେ ମହିଳା ଜଣଙ୍କ ବେହୋସ ହୋଇଯାଇଥିଲେ। ବେହୋସ ହେବା ପରେ ଦୁହେଁ ପାଳିକରି ତାଙ୍କୁ ଦୁଷ୍କର୍ମ କରିଥିଲେ। ମୋବାଇଲରେ ଏହାର ଭିଡ଼ିଓ ମଧ୍ୟ ସୁଟିଂ କରିଥିଲେ। ସୋଶାଲ ମିଡିଆରେ ଏହାକୁ ଭାଇରାଲ କରିଦେବେ ବୋଲି ଧମକ ଦେଇ ତାଙ୍କୁ ବାରମ୍ବାର ୩ ମାସ ଧରି ଦୁଷ୍କର୍ମ କରିଥିଲେ। ସେମାନଙ୍କ ଧମକରେ ମହିଳା ଜଣଙ୍କ ଡରି ଯାଇଥିଲେ। ହେଲେ ଜୀବନ ମରଣ କଥା ଉଠିବାରୁ ଏବେ ପୀଡିତା ଥାନାରେ ପହଞ୍ଚିଛନ୍ତି।

ପୁଲିସ୍‌ ପାଖରେ ସେ ଅଭିଯୋଗ କରିଛନ୍ତି ଯେ, ପୂର୍ବରୁ ଖାଦ୍ୟରେ ନିଶା ଦେଇ ସେମାନେ ତାଙ୍କ ଅଶ୍ଲୀଳ ଭିଡିଓ ସୁଟ୍‌ କରିଥିଲେ। ଆଉ ଏହାକୁ ଆଧାର କରି ବାରମ୍ବାର ଦୁଷ୍କର୍ମ କରୁଥିଲେ। କିନ୍ତୁ ଚଳିତ ମାସରେ ଦୁଇ ଅଭିଯୁକ୍ତ ଧରାପଡିଯିବା ଭୟରେ ତାଙ୍କୁ ଡାକିନେଇ ଖାଦ୍ୟରେ ବିଷ ଦେଇ ହତ୍ୟା କରିବାକୁ ଯୋଜନା କରିଥିଲେ। ଏପରିକି ସେ ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯିବାରୁ ପରିବାର ଲୋକ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହା ଜାଣିପାରି ଯୁବକମାନେ ମହିଳାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାରିଦେବାକୁ ଧମକ ଦେଇଥିଲେ।

ଥାନା ଅଧିକାରୀ ଦୀପକ ଶର୍ମା କହିଛନ୍ତି,“ରବିବାର ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିଥିଲେ। ଆସିଫ  ଓ ରାଜାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି।



from Odisha Reporter https://ift.tt/2ph4rcZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages