ଆମାଜନ୍‌ର ସର୍ବବୃହତ୍ ସେଲ୍, ଜାଣନ୍ତୁ କେବେ ଆଉ କେତେଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 28, 2018

ଆମାଜନ୍‌ର ସର୍ବବୃହତ୍ ସେଲ୍, ଜାଣନ୍ତୁ କେବେ ଆଉ କେତେଦିନ

ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ପାର୍ବଣ ଋତୁର ପ୍ରାରମ୍ଭରେ ଆସିବାକୁ ଥିବା ଆମାଜନ୍‌ର ସର୍ବବୃହତ୍ ସେଲ ’ଦ ଗ୍ରେଟ୍ ଇଣ୍ଡିଆନ୍ ସେଲ୍’ର ତାରିଖ ଘୋଷଣା ହୋଇଛି। ପୂର୍ବରୁ ଆମାଜନ୍‌ର ପ୍ରତିଦ୍ୱନ୍ଦ୍ୱୀ ଫ୍ଲିପକାର୍ଟ ଏହାର ପାର୍ବଣ ସେଲ୍ ବିଗ୍ ବିଲିଅନ୍ ଡେ’ ଆସନ୍ତା ଅକ୍ଟୋବର ୧୦ରୁ ୧୪ ତାରିଖ ଯାଏ ଚାଲିବାନେଇ ଘୋଷଣା କରିବା ପରେ ଆମାଜନ୍ ସେହି ୧୦ ତାରିଖ ମଧ୍ୟରାତ୍ରିରେ ସେଲ୍ ଆରମ୍ଭ କରି ଗୋଟିଏ ଦିନ ଅଧିକ ଅର୍ଥତ୍ ୧୫ ତାରିଖଯାଏ ସେଲ୍ ଲଗାଇବ।

ଅନ୍‌ଲାଇନ୍ ଶପିଂ ପ୍ରେମୀମାନେ ଏହି ଦିନକୁ ଅପେକ୍ଷା କରିବାର ମୁଖ୍ୟ କାରଣ ହେଉଛି, ଏହି ସମୟରେ ବିଭିନ୍ନ ଦାମୀ ବ୍ରାଣ୍ଡର ଗ୍ୟାଜେଟ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉତ୍ପାଦର ମୂଲ୍ୟ ଆଶାତୀତ ଭାବେ ହ୍ରାସ ପାଇଯାଇଥାଏ।

ଏ ବର୍ଷର ଅଫର୍

ପରମ୍ପରା ଅନୁଯାୟୀ ଏଥିରେ ସ୍ମାର୍ଟଫୋନ୍, ଟିଭି, କିଚେନ୍ ପ୍ରଡକ୍ଟରେ ଆକର୍ଷଣୀୟ ଅଫର୍ ସହିତ ପ୍ରସାଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦରେ ମଧ୍ୟ ଅଫର୍ ରହିବ। ସବୁ ବର୍ଷ ପରି ଏଥର ମଧ୍ୟ ଆମାଜନ୍ ପ୍ରାଇମ୍ ସଦସ୍ୟମାନେ ଡିଲ୍‌ସବୁର ଆଗୁଆ ଫାଇଦା ନେଇପାରିବେ। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ରେଡିଟ୍ ଏବଂ ଡେବିଟ୍ କାର୍ଡଧାରୀମାନ ୧୦ ପ୍ରତିଶତର ତୁରନ୍ତ ରିହାତି ପାଇପାରିବେ।

ଏତଦ୍‌ବ୍ୟତୀତ ଆମାଜନ୍ ପେ ବାଲାନ୍ସ ଯୋଗେ ପେମେଣ୍ଟ କଲେ ୩୦୦ ଟଙ୍କାର କ୍ୟାଶ୍‌ବ୍ୟାକ୍ ପାଇପାରିବେ। ଏହି ୬ ଦିନିଆ ସେଲ୍‌ରେ ବଜାଜ୍ ଫାଇନାନ୍ସ ସମେତ ଆଇସିଆଇସିଆଇ, ଏଚ୍‌ଡିଏଫ୍‌ସି ଏବଂ ଆକ୍ସିସ୍‌ ବ୍ୟେଙ୍କର ଡେବିଟ୍‌ କାର୍ଡରେ ନୋ କଷ୍ଟ୍ ଇଏମ୍‌ଆଇ ସେବା ଉପଲବ୍ଧ ରହିବ।

କ୍ୟାମେରା ଏବଂ ଲ୍ୟାପ୍‌ଟପ୍‌ରେ ମଧ୍ୟ ମନଲାଖି ଅଫର୍‌ ମିଳିବାକୁ ଥ‍ଲାବେଳେ ନୋ କଷ୍ଟ୍ ଇଏମ୍‌ଆଇ ସହିତ ୪୮ ଘଣ୍ଟାରେ ଟିଭି ଇନ୍‌ଷ୍ଟଲେସନର ଅଫର୍ ରହିବ। ପ୍ରମୁଖ ପୋଷାକ ଉତ୍ପାଦରେ ୫୦ ପ୍ରତିଶତ ଯାଏ ରିହାତି ରହିବ।



from Odisha Reporter https://ift.tt/2xYidoN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages