ଡାକ୍ତର ନୁହେଁ ସୈତାନ୍‌, ପ୍ରେମ ପାଇଁ କରିଥିଲା ନୃଶଂସ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଡାକ୍ତର ନୁହେଁ ସୈତାନ୍‌, ପ୍ରେମ ପାଇଁ କରିଥିଲା ନୃଶଂସ ହତ୍ୟା

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନଙ୍କ ସହିତ ତୁଳନା କରାଯାଏ। ହେଲେ ସେହି ଦ୍ୱିତୀୟ ଭଗବାନ ସୈତାନ ସାଜିଲେ। ତାଙ୍କ ପ୍ରେମିକା(ନର୍ସ)କୁ ଭଲ ପାଉଥିବା ଜଣେ ଯୁବକୁ କ୍ଲିନିକକୁ ଡାକି ପ୍ରଥମେ ଇଞ୍ଜେକ୍‌ସନ୍‌ ଦେଇ ମାରିଦେଲେ। ପରେ ଅପରେସନ୍‌ ଛୁରିରେ ଅତି ବୀଭତ୍ସ ଭାବେ ମରଶରୀରକୁ ତିନି ଖଣ୍ଡ କରି ଅଲଗା ଅଲଗା ଜାଗାରେ ପୋତି ଦେଇଥିଲା ଅଭିଯୁକ୍ତ ହେଉଛନ୍ତି ଗାୟତ୍ରୀ କ୍ଲିନିକ୍‌ର ମୁଖ୍ୟ ଡାକ୍ତର ହୃଷିକେଶ ତ୍ରିପାଠୀ। ଗଞ୍ଜାମ ପୁଲିସ ମୃତଦେହ ଜବତ କରିବା ସହିତ ଡାକ୍ତରଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।

ପୂରା ଘଟଣା ଏମିତି। ଖଲ୍ଲିକୋଟ ବ୍ଲକ୍‌ ବାଉଁଶିଆ ଗ୍ରାମର ବିଷ୍ଣୁ ପ୍ରସାଦ ଗୌଡ଼ ଜଣେ ବ୍ୟାଙ୍କ ଏଜେଣ୍ଟ। ସେ ଗାୟତ୍ରୀ କ୍ଲିନିକ୍‌ର ଜଣେ ନର୍ସଙ୍କୁ ଭଲ ପାଉଥିଲେ! ଯାହାକୁ ଡାକ୍ତର ହୃଷିକେଶ ତ୍ରିପାଠୀ ମଧ୍ୟ ଭଲ ପାଉଥିଲେ। ବିଷ୍ଣୁଙ୍କ ଭଲ ପାଇବା ସମ୍ପର୍କରେ ଡାକ୍ତର ତ୍ରିପାଠୀ ଜାଣିପାରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ସେଥିପାଇଁ କୌଶଳ କରି ବିଷ୍ଣୁକୁ ନିଜ କ୍ଲିନିକକୁ ଡାକି ଥିଲେ ଡାକ୍ତର ତ୍ରିପାଠୀ। ପ୍ରଥମେ ତାଙ୍କୁ ଏକ ବିଷାକ୍ତ ଇଞ୍ଜେକ୍‌ସନ୍‌ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ନିଜ କ୍ଲିନିକରେ ଅପରେସନ ଅସ୍ତ୍ର ବ୍ୟବହାର କରି ତାର ଶବକୁ ତିନିଖଣ୍ଡ କରି କାଟି ଦେଇଥିଲେ। ତା’ପରେ ମୃତଦେହକୁ ତିନୋଟି ବସ୍ତାରେ ପୂରାଇ ତାଙ୍କର ଦୁଇ କର୍ମଚାରୀ – ବିଧାନ ସେଠୀ ଓ ଗଙ୍ଗା ବେହେରାଙ୍କ ସହଯୋଗରେ ଆମ୍ୱପୁଆ ନିକଟସ୍ଥ ବଡ଼ଗୁମୁଳାରେ ପୃଥକ୍‌ ପୃଥକ୍‌ ସ୍ଥାନରେ ପୋତି ଦେଇଥିଲେ।



from Odisha Reporter https://ift.tt/2xiMnTX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages