କଣ୍ଟ୍ରୋଭର୍ସିକୁ ଏମିତି ହ୍ୟାଣ୍ଡଲ୍‌ କରନ୍ତି ଓଲିଉଡ୍‌ ଅଭିନେତ୍ରୀ ଏଲିନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

କଣ୍ଟ୍ରୋଭର୍ସିକୁ ଏମିତି ହ୍ୟାଣ୍ଡଲ୍‌ କରନ୍ତି ଓଲିଉଡ୍‌ ଅଭିନେତ୍ରୀ ଏଲିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ନୂଆ ସେନ୍‌ସେସନ୍‌ ଏଲିନା ସାମନ୍ତରାୟ। ଖୁବ୍‌ କମ୍‌ ଦିନ ମଧ୍ୟରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି।ଅଭିନୟ ପାଇଁ ଦର୍ଶକଙ୍କଠାରୁ ଯେତିକି ପ୍ରଶଂସା ସାଉଁଟିଛନ୍ତି, ଓଲିଉଡ୍‌ରେ ସେତିକି ବିବାଦରେ ମଧ୍ୟ ସେ ଫସିଛନ୍ତି। କିଛି ସମାଲୋଚକ ତାଙ୍କୁ ଓଲିଉଡ୍‌ର ‘କଣ୍ଟ୍ରୋଭର୍ସି କୁଇନ୍‌’ ମଧ୍ୟ କହିବାର ଶୁଣାଯାଇଛି।

ପ୍ରଥମ ଫିଲ୍ମ ‘ଇଷ୍କ’ରୁ ହିଁ ଏଲିନାଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ହୋଇଥିଲା। ସେ ଯେଉଁ ଫିଲ୍ମରେ ଅଭିନୟ କରନ୍ତି, ସେହି ଫିଲ୍ମର କୋ-ଷ୍ଟାରଙ୍କ ସହ ତାଙ୍କର ଅଫେୟାର ଚାଲେ ବୋଲି ଅଭିଯୋଗ ହୁଏ। ହେଲେ ପ୍ରକୃତରେ ସତ କ’ଣ, କେମିତି ସେ ଏହିସବୁ କଣ୍ଟ୍ରୋଭର୍ସିକୁ ହ୍ୟାଣ୍ଡଲ୍‌ କରନ୍ତି ବୋଲି ପ୍ରଶ୍ନର ଉତ୍ତରରେ ଏଲିନା କହିଛନ୍ତି,“ଏସବୁକୁ ବହୁତ ପଜିଟିଭିଲି ହ୍ୟାଣ୍ଡେଲ୍‌ କରେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ରହିଲେ କିଛି ଭଲ ଏବଂ ଆଉ କିଛି ଖରାପ କମେଣ୍ଟ୍‌ ଶୁଣିବାକୁ ପଡ଼ିବ। ମତେ ମୋ କାମ ପାଇଁ ଭଲ କମେଣ୍ଟ୍‌ ମିଳିଛି, ଲୋକମାନେ ମତେ ଭଲ ପାଇବା ଦେଇଛନ୍ତି। ସେମିତି କିଛି ଖରାପ କମେଣ୍ଟ୍‌ ମଧ୍ୟ ମିଳିଛି। ପ୍ରଥମେ ପ୍ରଥମେ ଏମିତି ଖରାପ କମେଣ୍ଟ୍‌ କିମ୍ବା ମିଛ କଥା ଶୁଣିଲେ ମୁଁ ଡିପ୍ରେସନ୍‌କୁ ଚାଲିଯାଉଥିଲି। ଏବେ କିନ୍ତୁ ମୁଁ ଏସବୁକୁ ହ୍ୟାଣ୍ଡଲ୍‌ କରିବା ଶିଖି ଗଲିଣି। ମୁଁ ଲୋକମାନଙ୍କୁ କିଛି କହିବାକୁ ଚାହୁଁନି। ମୋ କାମ ହିଁ ସେମାନଙ୍କୁ ଜବାବ୍‌ ଦେବ।”

ସୂଚନାଯୋଗ୍ୟ, ନିକଟରେ ଏଲିନା ଏବଂ ଅରିନ୍ଦମଙ୍କ ଅଭିନୀତ ଫିଲ୍ମ ‘ଇଷ୍କ ପୁଣିଥରେ’ ରିଲିଜ୍‌ ହୋଇଛି। ‘ଇସ୍କ୍‌ ପୁଣିଥରେ’ ୨୦୧୫ରେ ରିଲିଜ୍‌ ହୋଇଥିବା ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ର ସିକ୍ୱେଲ୍‌। ଫିଲ୍ମର ନିର୍ଦ୍ଦେଶନା ଜ୍ୟୋତି ଦାସ ଦେଇଛନ୍ତି।



from Odisha Reporter https://ift.tt/2pdNhg8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages