ଘରେ ଏହି ୫ଟି ଗଛ ଲଗାଇଲେ ମିଳିବ ଶୁଭ ଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 7, 2018

ଘରେ ଏହି ୫ଟି ଗଛ ଲଗାଇଲେ ମିଳିବ ଶୁଭ ଫଳ

garden

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ବଗିଚାରେ ଆମେ ବିଭିନ୍ନ ପ୍ରକାର ଫୁଲ ଓ ଫଳ ଗଛ ଲଗାଇଥାଉ। ଏହା ଆମ ଆବଶ୍ୟତକା ମଧ୍ୟ ପୂରଣ ହୋଇଥାଏ। ଏଥିସହିତ ଘରର ସୌନ୍ଦର୍ଯ୍ୟ ବଢ଼ାଇଥାଏ।

ତେବେ ବାସ୍ତୁ ଅନୁସାରେ ଏମିତି କିଛି ଗଛ ଅଛି ଯେଉଁଗୁଡ଼ିକୁ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏଭଳି ଗଛଗୁଡ଼ିକୁ ଲଗାଇବା ବେଳେ କିଛି ନୀତି,ନିୟମ ପାଳନ କରିବାକୁ ହୁଏ। ନହେଲେ ଶୁଭଫଳ ମିଳେ ନାହିଁ ବୋଲି କୁହାଯାଏ।

ତା’ହେଲେ ଆସନ୍ତୁ ଜାଣିବା, କେଉଁ ଗଛ କେଉଁ ଦିଗରେ ଲଗାଇଲେ ଶୁଭ ହୋଇଥାଏ।

Tulsi-Plantତୁଳସୀ: ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ସ୍ୱତନ୍ତ୍ର ଭାବରେ ପୂଜା କରାଯାଇଥାଏ। ଏହା ନକାରାତ୍ମକ ଶକ୍ତିକୁ ଘରକୁ ପ୍ରବେଶ କରିବାକୁ ଦିଏ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ, ତୁଳସୀ ଗଛକୁ ଘରର ପୂର୍ବ ଦିଗ କିମ୍ୱା ପୂର୍ବ-ଉତ୍ତର ଦିଗରେ ଲଗାଇଲେ ଶୁଭ ହୋଇଥାଏ। ଏହାଦ୍ୱାରା ଧନପ୍ରାପ୍ତି ହୋଇଥାଏ।

କଦଳୀ: ସେହିପରି କଦଳୀ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ଗଛ ବୋଲି କୁହାଯାଇଥାଏ। ଏହି ଗଛ ଲଗାଇବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମନ ଶାନ୍ତ ରହିଥାଏ। ଏଥିସହ ଘରର ଉନ୍ନତି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, କଦଳୀ ଗଛକୁ ଘରକୁ ପୂର୍ବ-ଉତ୍ତର ଦିଗରେ ଲଗାଇବା ଉଚିତ୍‌।

madar-ke-poodheଧଳା ଅରଖ: ଘର ବଗିଚାରେ ଧଳା ଅରଖ ଗଛ ଲଗାଇବା ଦ୍ୱାରା ଧନ ବଢ଼ିଥାଏ ବୋଲି କୁହାଯାଏ। ଏହି ଗଛକୁ ଘରର ପୂର୍ବ-ଉତ୍ତର ଦିଗରେ ଲଗାଇଲେ ଶୁଭଫଳ ମିଳିଥାଏ। ଏହି ଗଛ ଲଗାଇବା ଦ୍ୱାରା ଶତ୍ରୁ ଆପଣଙ୍କର କିଛି ଅନିଷ୍ଠ କରିପାରିବେ ନାହିଁ। ତା’ସହିତ ଜୀବନସାଥୀଙ୍କ ଭଲ ପାଇବା ବଢ଼ିଥାଏ।

ଅଅଁଳା: ଅଅଁଳା ଗଛରେ ସମସ୍ତ ଦେବତା ବାସ କରନ୍ତି ବୋଲି କୁହାଯାଏ। ଏହି ଗଛ ଲଗାଇବା ଦ୍ୱାରା ବ୍ୟକ୍ତିର ପାପ କ୍ଷୟ ହୋଇଥାଏ। ଏଥିସହ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

amla-treeଅଶୋକ: ଅଶୋକ ଗଛ ଲଗାଇବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ। ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାଇବା ଉଚିତ୍‌।



from Odisha Reporter https://ift.tt/2Mb9ogi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages