
ମୋହନା (ଓଡ଼ିଶା ରିପୋର୍ଟର): ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଘଟଣାଟି ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡମ୍ବଗୁଡ଼ା ଗାଁରେ। ମୃତକ ହେଉଛନ୍ତି ସେହି ଗାଁର ମାଗଦା ପ୍ରଧାନଙ୍କ ପୁଅ ମିଖାଏଲ।
ଅଭିଯୋଗ ଅନୁଯାୟୀ, କିଛି ମାସ ପୂର୍ବରୁ ଏହି ଗାଁର ମାଶିଆଲ ପରିଛାଙ୍କ ପୁଅକୁ କୁକୁର କାମୁଡ଼ି ଦେଇଥିଲା। ପରେ ପିଲାଟିର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ପାଇଁ ମାଗଦା ପ୍ରଧାନଙ୍କୁ ଦାୟୀ କରିଥିଲେ ମାଶିଆଲ। ଗୁଣିଗାରେଡ଼ି କରି ମାଗଦା ତାଙ୍କ ପୁଅକୁ ମାରି ଦେଇଥିବା ସେ କହୁଥିଲେ।
ସେହି ରାଗ ରଖି ଗତକାଲି ମାଗଦାଙ୍କ ପୁଅ ମିଖାଏଲଙ୍କୁ ମାଶିଆଲ ହତ୍ୟା କରିଥିବା ଅଭଯୋଗ ହୋଇଛନ୍ତି। ମାଗଦା ଥାନାରେ ଅଭିଯୋଗ କରିଛନ୍ତି ଯେ ମିଖାଏଲ ଘରକୁ ଫେରୁଥିବା ବେଳେ ମାଶିଆଲ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ମାରି ଦେଇଥିଲେ।
ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2Mb915o
No comments:
Post a Comment