ଆସନ୍ତାକାଲି ୫ମ ଟେଷ୍ଟ୍‌, ସମ୍ମାନ ପାଇଁ ଖେଳିବ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଆସନ୍ତାକାଲି ୫ମ ଟେଷ୍ଟ୍‌, ସମ୍ମାନ ପାଇଁ ଖେଳିବ ଟିମ୍‌ ଇଣ୍ଡିଆ

ଓଭାଲ୍‌: ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ୍‌ ସିରିଜ୍‌କୁ ଆଗୁଆ ହାତଛଡ଼ା କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ସମ୍ମାନ ରକ୍ଷା କରିବା ଲକ୍ଷ୍ୟରେ ଓଭାଲ୍‌ ପଡ଼ିଆକୁ ଓହ୍ଲାଇବ। ଅନ୍ତିମ ଟେଷ୍ଟ୍‌କୁ ଜିତି ଟିମ୍‌ ଇଣ୍ଡିଆ ସିରିଜ୍‌କୁ ୩-୨ ସ୍ଥିତିକୁ ଆଣିବାକୁ ପୁଲ୍‌ଦମ୍‌ ଲଗାଇବ। 
 
ଏକଥା ପରୋକ୍ଷରେ ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ସୂଚନା ଦେଇଛନ୍ତି। ଆସନ୍ତାକାଲି ଅପରାହ୍ମ ୩.୩୦ରେ ମ୍ୟାଚ୍‌ ଆରମ୍ଭ ହେବ।
ଓଭାଲ୍‌ ଟେଷ୍ଟ୍‌ ପାଇଁ  ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷ କରି ଓପନିଂ ଯୋଡ଼ିକୁ ବଦଳାଇବାକୁ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। କାରଣ ଇଂଲଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆର ଓପନିଂ ପେୟାର ଆଦୌ ରନ୍‌ ସଂଗ୍ରହ କରିନାହାନ୍ତି କହିଲେ ଚଳେ। 
 
କେଏଲ୍‌ ରାହୁଲ ୪ଟି ମ୍ୟାଚ୍‌ରେ ମାତ୍ର ୧୪.୧୨ ହାରରେ ୯୬ ରନ୍‌ ସଂଗ୍ରହ କରିଛନ୍ତି। ଶିଖର ଧୱନ ମଧ୍ୟ ତାଙ୍କ ଦକ୍ଷତା ଅନୁସାରେ ଏଯାଏ ପ୍ରଦର୍ଶନ କରିପାରି ନାହାନ୍ତି। ସେ ୨୬.୩୩ ହାରରେ ୧୪୮ ରନ୍‌ କରିପାରିଛନ୍ତି।
 
ତେଣୁ ଆସନ୍ତାକାଲି ରାହୁଲଙ୍କ ବଦଳରେ ନବାଗତ ପୃଥ୍ୱୀ ଶ’ଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିପାରେ। ସେହିପରି ଅଲରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା କ୍ରମାଗତ ଭାବେ ବିଫଳ ହେଉଥିବାରୁ ତାଙ୍କ ସ୍ଥାନରେ ସ୍ପିନ୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିପାରେ। 
 
ସେହିପରି ଆହତ ସମସ୍ୟା ଦେଇ ଗତି କରୁଥିବା ରବିଚନ୍ଦ୍ରନ ଅଶ୍ୱିନ୍‌ ଯଦି ଫିଟ୍‌ ରୁହନ୍ତି, ତା’ହେଲେ ସେ ଖେଳିବା ଏକ ପ୍ରକାରର ନିଶ୍ଚିତ। ନଚେତ ତାଙ୍କ ସ୍ଥାନରେ ଟିମ୍‌ ଇଣ୍ଡିଆ ଅତିରିକ୍ତ ବ୍ୟାଟସ୍‌ମ୍ୟାନ୍‌ ଭାବେ କରୁନ୍‌ ନାୟାର କିମ୍ବା ନବାଗତ ହନୁମା ବିହାରୀଙ୍କୁ ସୁଯୋଗ ମିଳିପାରେ। 
ତୃତୀୟ ଓ ୪ ର୍ଥ ଟେଷ୍ଟ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିବା ରିଷଭ ପନ୍ତଙ୍କୁ ୫ମ ଟଷ୍ଟ୍‌ରେ ପୁଣିଥରେ ସୁଯୋଗ ଦେବାକୁ ନିଷ୍ପତ୍ତି ନିଆଯାଇଛି। ବୋଲିଂ ବାହିନୀରେ କିନ୍ତୁ କୌଣସି ପରିବର୍ତ୍ତନର ସମ୍ଭାବନା ନାହିଁ।
ଅନ୍ୟପକ୍ଷରେ  ଟିମ୍‌ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଅଧିନାୟକ ଜୋ ରୁଟ୍‌ କହି ସାରିଛନ୍ତି। ଓଭାଲ୍‌ ଟେଷ୍ଟ୍‌ ପରେ ଇଂଲିଶ ଓପନର୍‌  ଆଲିଷ୍ଟର କୁକ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏବାଏ କହିବେ। ତେଣୁ ଟିମ୍‌ ଇଂଲଣ୍ଡ ବିଜୟ ସହ କୁକ୍‌ଙ୍କୁ ବିଦାୟ ଦେବାକୁ ଲକ୍ଷ୍ୟ ରଖିଛି।
ଉଲ୍ଲେଖଯୋଗ୍ୟ,  ଟିମ୍‌ ଇଂଲଣ୍ଡ ଏଜବାଷ୍ଟନ୍‌ ଓ ଲର୍ଡସ୍‌ ଟେଷ୍ଟ୍‌ ଜିତି ଥିବା ବେଳେ ନଟିଂହାମ୍‌ର ତୃତୀୟ ଟେଷ୍ଟ୍‌କୁ ଟିମ୍‌ ଇଣ୍ଡିଆ ଜିତିଥିଲା। ତେବେ ସାଉଥାମ୍ପଟନ୍‌ର ୪ର୍ଥ ଟେଷ୍ଟରେ ଟିମ୍‌ ଇଣ୍ଡିଆ ଏକ ସମ୍ଭାବ୍ୟ ବିଜୟକୁ ହାତଛଡ଼ା କରିଥିଲା। ଫଳରେ ୫ ଟିକିଆ ସିରିଜ୍‌କୁ ଇଂଲଣ୍ଡ ୩-୧ରେ ଆଗୁଆ କରାୟତ୍ତ କରିନେଇଥିଲା।  


from Odisha Reporter https://ift.tt/2NkRPPw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages