ଆସନ୍ତାକାଲି ଭୁବନେଶ୍ୱରରେ ସମସ୍ତ ସ୍କୁଲ ଛୁଟି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଆସନ୍ତାକାଲି ଭୁବନେଶ୍ୱରରେ ସମସ୍ତ ସ୍କୁଲ ଛୁଟି ରହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦୃଷ୍ଟିରୁ କାଲି ଭୁବନେଶ୍ୱରର ସବୁ ସ୍କୁଲ ଛୁଟି ରହିବ। ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଅନ୍ୟ ଜିଲ୍ଲାରେ ପରିସ୍ଥିତି ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ବଳୟ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ଉତ୍ତର ଓଡ଼ିଶା ସମେତ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆସନ୍ତାକାଲି ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି ପାରିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ଭୁବନେଶ୍ୱରରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷାର ମୁକାବିଲା ପାଇଁ ବିଏମ୍‌ସି ୬୭ଟି ଓ୍ୱାର୍ଡରେ ୧୩ଟି ଟିମ୍ ନିୟୋଜିତ ହୋଇଛନ୍ତି। ୪୦ ଇଞ୍ଜନିୟରଙ୍କୁ ହାଇଆଲର୍ଟ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସହ ସ୍ୱତନ୍ତ୍ର ଅପରେସନ ସେଣ୍ଟର ମଧ୍ୟ ଖୋଲାଯାଇଛି। ବିଏମ୍‌ସିର କଣ୍ଟ୍ରୋଲ୍ ରୁମ୍ ନମ୍ବର ହେଉଛି- ୦୬୭୪ ୨୪୩୨୨୮୧। ସେହିପରି ବିଏମ୍‌ସି ଅପରେସନ ସେଣ୍ଟର ନମ୍ବର ହେଉଛି ୧୮୦୦ ୩୪୫୦୦୬



from Odisha Reporter https://ift.tt/2PEnokW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages