ଜାଣନ୍ତି କେବେ ଓ କିଏ କରିଥିଲେ ପବିତ୍ର ଅମରନାଥ ଗୁମ୍ଫାର ସନ୍ଧାନ? ପଢ଼ନ୍ତୁ ଏହା ପଛର ରୋଚକ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଜାଣନ୍ତି କେବେ ଓ କିଏ କରିଥିଲେ ପବିତ୍ର ଅମରନାଥ ଗୁମ୍ଫାର ସନ୍ଧାନ? ପଢ଼ନ୍ତୁ ଏହା ପଛର ରୋଚକ କାହାଣୀ

ଭୁବନେଶ୍ୱର: ହିନ୍ଦୁମାନଙ୍କର ଏକ ପ୍ରମୁଖ ଧର୍ମସ୍ଥଳୀ ହେଉଛି ଅମରନାଥ। ଜମ୍ମୁ ଓ କାଶ୍ମୀରରେ ଅବସ୍ଥିତ ଏହି ଅମରନାଥଙ୍କ ଦର୍ଶନ ପାଇଁ ପ୍ରତି ବର୍ଷ ହଜାର ହଜାର ଭକ୍ତଙ୍କ ସୁଅ ଛୁଟେ। ଯଦିଓ ଅମରନାଥ ଯାତ୍ରା ହିନ୍ଦୁମାନଙ୍କର ଏକ ପ୍ରମୁଖ ତୀର୍ଥଯାତ୍ରା, କିନ୍ତୁ ଏହି ପୀଠ ସହ ଜଣେ ମୁସଲ୍‌ମାନ ପରିବାରର ସମ୍ପର୍କ ଯୋଡ଼ି ହୋଇ ରହିଥିବା ଜନଶ୍ରୁତି ରହିଛି।

କୁହାଯାଏ, ଅମରନାଥ ଗୁମ୍ପାର ସନ୍ଧାନ ପ୍ରାୟ ୫୦୦ ବର୍ଷ ପୂର୍ବରୁ ମିଳିଥିଲା। ବୁଟ୍ଟା ମଲ୍ଲିକ୍‌ ନାମକ ଜଣେ ମୁସଲମାନ ବ୍ୟକ୍ତି ହିଁ ଏହି ଗୁମ୍ଫାକୁ ଆବିଷ୍କାର କରିଥିବା ଶୁଣାଯାଏ। ବୁଟ୍ଟା ମଲ୍ଲିକ୍‌ ଗୁମ୍ଫାର କେମିତି ସନ୍ଧାନ କଲେ, ଆଉ ଏହା ପଛରେ କ’ଣ ରହିଛି ରହସ୍ୟ ଆସନ୍ତୁ ଜାଣିବା। ବୁଟ୍ଟା ମଲ୍ଲିକ୍‌ ନିଜର ଛେଳି ଓ ମେଣ୍ଢା ଚରାଇବା ପାଇଁ ପାହାଡ଼ ଉପରକୁ ଯାଉଥିଲେ। ଅଚାନକ ଦିନେ ପାଗ ଖରାପ ହୋଇଗଲା। ଆଉ ସେ ଏକ ଗୁମ୍ଫା ପାଖକୁ ଚାଲି ଯାଇଥିଲେ। ଆଉ ସେଠାରେ ଜଣେ ସାଧୁଙ୍କ ସହ ତାଙ୍କର ଭେଟ ହୋଇଥିଲା।

ବୁଟ୍ଟାଙ୍କୁ ଖୁବ୍‌ ଥଣ୍ଡା ଲାଗିବାରୁ ସାଧୁ ଜଣକ ତାଙ୍କୁ କୋଇଲା ଭର୍ତ୍ତି ଏକ କାଂଗଡ଼ି (କଶ୍ମୀରରେ ଥଣ୍ଡା ପ୍ରକୋପରୁ ରକ୍ଷା ପାଇଁ ଏହି ପାତ୍ର ଭିତରେ ନିଆଁ ଖଣ୍ଡକୁ ରଖାଯାଏ) ଦେଇଥିଲେ। ବୁଟ୍ଟା ଏହାକୁ ନେଇ ଘରକୁ ଚାଲିଗଲେ। ହେଲେ ଘରେ ଯେତେବେଳେ ଏହି ପାତ୍ରକୁ ଖୋଲି ଦେଖିଲେ, ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସେଥିରେ କୋଇଲା ବଦଳରେ ସୁନା ଥିବା ସେ ଦେଖିବାକୁ ପାଇଥିଲେ।

ସଙ୍ଗେ ସଙ୍ଗେ ସେହି କାଂଗଡ଼ିକୁ ନେଇ ବୁଟ୍ଟା ପୁଣି ସେହି ଗୁମ୍ଫା ପାଖରେ ପହଞ୍ଚିଥିଲେ। ହେଲେ ସେଠାରେ ଆଉ ସେ ସାଧୁ ଜଣକ ନଥିଲେ। ବରଂ ଏକ ଶିବ ଲିଙ୍ଗ ଥିଲା। ଆଉ ବୁଟ୍ଟା ସେଠାରୁ ଆସି ସବୁଆଡ଼େ ପ୍ରଚାର କରିଥିଲେ ଯେ, ସେହି ଗୁମ୍ଫାରେ ଭଗବାନ ଶିବ ଅଛନ୍ତି। କୁହାଯାଏ ଏହି ଘଟଣା ପରେ ଅମରନାଥକୁ ଭକ୍ତଙ୍କ ପବିତ୍ର ଯାତ୍ରା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏଠି ଭିଡ଼ ଜମିଥିଲା।

ଜମ୍ମୁ କାଶ୍ମୀରର ସେହି ସ୍ଥାନରେ ଆଜି ବି ବୁଟ୍ଟା ମଲ୍ଲିକଙ୍କ ବଂଶଧରମାନେ ରହିଥିବା ଶୁଣାଯାଏ। ପୂର୍ବରୁ ଏହି ଗୁମ୍ଫାର ସଂରକ୍ଷଣ ବୁଟ୍ଟା ମଲ୍ଲିକଙ୍କ ପରିବାର ଲୋକେ କରି ଆସୁଥିଲେ ବୋଲି ଜନଶ୍ରୁତି ରହିଛି। ଏବେ ଗୁମ୍ଫାର ସଂରକ୍ଷଣ ସରକାରଙ୍କ ହାତରେ ରହିଛି।

ଶ୍ରୀନଗରଠାରୁ ଏହି ମନ୍ଦିର ୧୪୧ କିଲୋମିଟର ଦୂରରେ ଅବସ୍ଥିତ। ସମୁଦ୍ର ପତ୍ତନଠାରୁ ଏହି ଗୁମ୍ଫାଟି ୧୩୬୦୦ ଫୁଟ୍‌ ଉଚ୍ଚତାରେ ‌ରହିଛି।



from Odisha Reporter https://ift.tt/2MycBGX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages