ଆଦାୟ ହୋଇଛି ୮୧ ହଜାର କୋଟି ଟଙ୍କାର ଋଣ: ଆଇବିବିଆଇ ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ଆଦାୟ ହୋଇଛି ୮୧ ହଜାର କୋଟି ଟଙ୍କାର ଋଣ: ଆଇବିବିଆଇ ଅଧ୍ୟକ୍ଷ

icc

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋଣ ଗ୍ରହୀତାଙ୍କଠାରୁ ଆଦାୟ ହୋଇଛି ୮୧ ହଜାର କୋଟି ଟଙ୍କା। ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ମାଧ୍ୟମରେ ଏହି ଟଙ୍କା ସବୁ ଆଦାୟ କରାଯାଇଛି। ଏହି ସୂଚନା ଦେଇଛନ୍ତି ଇନ୍‌ସଲ୍‌ଭେନ୍ସି ଆଣ୍ଡ୍ ବ୍ୟାଙ୍କର୍ସ ବୋର୍ଡ ଅଫ୍‌ ଇଣ୍ଡିଆ (ଆଇବିବିଆଇ)ର ଅଧକ୍ଷ, ଏମ୍‌ ଏସ୍‌ ସାହୁ।

ଇଣ୍ଡିଆନ୍ ଚ୍ୟାମ୍ୱର୍‌ ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇସିସି) ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଶ୍ରୀ ସାହୁ ଏହା କହିଛନ୍ତି।

ଦେଶରେ ୩୦୦ କମ୍ପାନୀ ସ୍ୱେଚ୍ଛାକୃତ ଭାବେ କାରବାର ବନ୍ଦ କରିବା ପାଇଁ ଆବେଦନ କରିଛନ୍ତି। ସେହିପରି ୧୦୦୦ କର୍ପୋରେଟ୍‌ ଋଣଗ୍ରହୀତା କର୍ପୋରେଟ୍‌ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟାରେ ଭାଗ ନେଇଛନ୍ତି ବୋଲି ସେ କହିଛନ୍ତି।

ଆଇବିସି ଯୋଗୁ ଋଣ ନେଇ ପରିଶୋଧ କରୁନଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏନ୍‌ସିଏଲ୍‌ଟିକୁ ଟଣା ହେବା ଭୟରେ କେତେକ କମ୍ପାନୀ ୮୩ ହଜାର କୋଟି ଟଙ୍କାର ଋଣ ପରିଶୋଧ କରିଦେଇଛନ୍ତି ବୋଲି ସେ ସମ୍ମିଳନୀରେ କହିଛନ୍ତି।

ଏହି ଅବସରରେ ଓଡ଼ିଶାର ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗ ଦେଇ ଜାତୀୟ ଅଭିବୃଦ୍ଧି ହାର ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ ଥିବା କହିଥିଲେ। ଦେବାଳିଆପଣର ସମାଧାନ ଯେତେଶୀଘ୍ର ହେବ ତାହା ନିବେଶ ସୁଯୋଗକୁ ଆହୁରି ବଢ଼ାଇବ ବୋଲି ଶ୍ରୀ ବେହେରା ମତ ରଖିଥିଲେ।

 

 



from Odisha Reporter https://ift.tt/2pboPMA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages