ଜାଣନ୍ତୁ କେଉଁଥିରେ ଏଣିକି ଆଧାର ଲିଙ୍କ୍‌ ହେବ ଆଉ କେଉଁଥିରେ ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଜାଣନ୍ତୁ କେଉଁଥିରେ ଏଣିକି ଆଧାର ଲିଙ୍କ୍‌ ହେବ ଆଉ କେଉଁଥିରେ ହେବନି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଆଧାରର ବୈଧତା ବଜାୟ ରଖିଛନ୍ତି। ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ ଏଣିକି କେଉଁଥିରେ ଆଧାର ଲିଙ୍କ ବାଧ୍ୟତାମୂଳକ ହେବ ଆଉ କେଉଁଥିରେ ହେବନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେଉଁଥିରେ ଆଧାର ଲିଙ୍କ ବାଧ୍ୟତାମୂଳକ

୧: ପ୍ୟାନ୍‌ କାର୍ଡରେ ଆଧାର କାର୍ଡ ଲିଙ୍କ କରିବା ବାଧ୍ୟତାମୂଳକ

୨:ଆୟକର ରିଟର୍ଣ୍ଣସ୍‌ ଫାଇଲ୍‌ ବେଳେ ଆଧାର ଜରୁରୀ

୩: ସରକାରଙ୍କ ପକ୍ଷରୁ ମିଳୁଥିବା ବିଭିନ୍ନ ସବ୍‌ସିଡି ଓ ଜନ କଲ୍ୟାଣ ଯୋଜନା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ରହିବ।

ଏହି ସବୁ ପାଇଁ ଆଧାର କାର୍ଡ ଜରୁରୀ ନୁହେଁ

୧: ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ଆଧାର ଆଇନ୍‌ର ଧାରା ୫୭କୁ ରଦ୍ଦ କରିଦେଇଛନ୍ତି। ତେଣୁ ଏଣିକି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ହେବନାହିଁ।

୨: ଘରୋଇ କମ୍ପାନୀ ଯଥା ଟେଲିକମ୍‌ ଓ ଇ କମର୍ସ ଫାର୍ମ ଏଣିକି ଲୋକଙ୍କୁ ଆଧାର କାର୍ଡ ମାଗି ପାରିବେ ନାହିଁ।

୩: ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଏହାର କର୍ତ୍ତୃପକ୍ଷ ପିଲାମାନଙ୍କୁ ଆଧାର କାର୍ଡ ବାଧ୍ୟତାମୂଳକ ବୋଲି କହିପାରିବେ ନାହିଁ।

୪: ସିବିଏସ୍‌ଇ, ୟୁଜିସି ଓ ନିଟ୍‌ ପରୀକ୍ଷା ପାଇଁ ଏଣିକି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ।



from Odisha Reporter https://ift.tt/2ORmJg2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages