ଘରେ ପ୍ରସ୍ତୁତ କରନ୍ତୁ ଖାସି ମାଂସ ବେସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ଘରେ ପ୍ରସ୍ତୁତ କରନ୍ତୁ ଖାସି ମାଂସ ବେସର

mutton1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆପଣ ଖାସି ମାଂସ ଝୋଳ ଅବା କଷା ଖାଇଥିବେ। ଆଜି କିନ୍ତୁ ଆମେ ଆପଣଙ୍କୁ ସ୍ୱାଦିଷ୍ଟ ଖାସି ମାଂସର ବେସର ପ୍ରସ୍ତୁତି ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ଖାସି ମାଂସ, କଟା ପିଆଜ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, କଟା ଟମାଟୋ, ଲୁଣ, ତେଲ, ବେସର ବଟା( ଧଳା ସୋରିଷ, ଜିରା, ଲଙ୍କା ଓ ରସୁଣ) ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଂସକୁ ଧୋଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଲୁଣ, ବେସର ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ତେଲ ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣକୁ ଭଲ ଭାବେ ଫେଣ୍ଟିବା ପରେ କିଛି ସମୟ ପାଇଁ ରଖି ଦିଅନ୍ତୁ। ଏବେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭଲ ଭାବେ ଭାଜନ୍ତୁ। ପିଆଜ ବାଦାମୀ ରଙ୍ଗ ହୋଇ ଆସିଲେ, ସେଥିରେ ପୂର୍ବରୁ ଥିବା ମସଲାଯୁକ୍ତ ମାଂସର ମିଶ୍ରଣ  ପକାନ୍ତୁ। ଏବେ ଏହାକୁ ଭଲ ଭାବେ କଷନ୍ତୁ। ବେଶ୍ କିଛି ସମୟ କଷିବା ପରେ ଏଥିରେ ଅଳ୍ପ ପାଣି ଦେଇ ମାଂସ ସିଝିବା ପାଇଁ ଏହାକୁ ଘୋଡ଼ାଇ ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣି କାଢ଼ି ସେଥିରେ କଟା ଟମାଟୋ ପକାଇବେ। ଏବେ ଟମାଟୋକୁ ଭଲ ଭାବେ ଗୋଳାଇ ଦେଇ ମାଂସ ସିଝିବା ଯାଏ ଢାଙ୍କୁଣିକୁ ପୁଣି ଘୋଡ଼ାଇ ଦିଅନ୍ତୁ।
ମାଂସ ସିଝିଯିବା ପରେ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ଧନିଆ ପତ୍ର ପକାନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ଖାସି ମାଂସ ବେସର। ମନେ ରଖିବେ, ଏଥିରେ ଅଧିକ ପାଣି ରଖିବେ ନାହିଁ।



from Odisha Reporter https://ift.tt/2QaFJ9z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages