ବିଷ୍ଣୁ ଜଣେ ଘୃଣିତ ଓ ଦୁର୍ନୀତିଗ୍ରସ୍ତ ଲୋକ: ଦାମ ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ବିଷ୍ଣୁ ଜଣେ ଘୃଣିତ ଓ ଦୁର୍ନୀତିଗ୍ରସ୍ତ ଲୋକ: ଦାମ ରାଉତ

dam,,,,,

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ହୋଇଥିବା ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ପୁଣି ବିଷ୍ଣୁ ଦାସଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ବିଷ୍ଣୁ ଜଣେ ଘୃଣିତ, ଦୁର୍ନୀତିଗ୍ରସ୍ତ, ନଷ୍ଟ ଚରିତ୍ରର ଲୋକ। ବିଷ୍ଣୁ ବାର୍ଦ୍ଧକ୍ୟଭତ୍ତା କରାଇ ଦେବା ପାଇଁ ପଇସା ନିଅନ୍ତି।”

ଡାକ୍ତର ରାଉତ କହିଛନ୍ତି,“ ବିଷ୍ଣୁଙ୍କ ରାଜନୀତି କ୍ୟାରିୟର ଶେଷ ହୋଇଗଲା। ସେ ଆଉ ଜୀବନରେ ବିଧାନସଭାକୁ ଜିତି ପାରିବେନି। ମୋ ନାଁରେ ଯଦି ଦୁର୍ନୀତି ଅଭିଯୋଗ ପ୍ରମାଣ ହେଉଛି, ତାହାହେଲେ ମୋର ସଭ୍ୟ ପଦ ରଦ୍ଦ କରି ଦେଉ ନାହାନ୍ତି ? ବିଷ୍ଣୁ ଦାସଙ୍କ କଥାରେ କ’ଣ ମୁଁ  ଇସ୍ତଫା ଦେଇ ଦେବି?”

ସେ ଆହୁରି କହିଛନ୍ତି,“ ଗତକାଲି ମୁଁ ମୋ ନିର୍ବାଚନମଣ୍ଡଳୀକୁ ଯାଇଥିଲି। ମୁଁ କ’ଣ କରିବି ବୋଲି  ମୋ କର୍ମୀମାନଙ୍କୁ ପଚାରିଥିଲି। ମୋ କର୍ମୀମାନେ ଦୁଇରୁ ଚାରି ଦିନ ସମୟ ମାଗିଛନ୍ତି। ନିର୍ବାଚନମଣ୍ଡଳୀର ସବୁ ଲୋକଙ୍କୁ ଡାକି ସଭାରେ କହିବେ ସେ କହିଛନ୍ତି। ମୋ ଲୋକ ଯାହା କହିବେ ମୁଁ ସେଇଆ କରିବି। ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ସେମାନଙ୍କ ମତାମତ ନେବି। ମୋ ଲୋକ ଯଦି କହିବେ, ମୁଁ ନିର୍ବାଚନରେ ଛିଡ଼ାହେବି।”

ବିଷ୍ଣୁଙ୍କୁ ସମାଲୋଚନା କରିବା ସହ ନିଜ ପୁଅ କଥା ବି କହିଛନ୍ତି ଦାମ,“ମୁଁ ଛିଡ଼ା ହେଲେ ଯଦି ଦଳ ପୁଅକୁ ଟିକେଟ ଦିଏ, ପୁଅ ନିଷ୍ପତ୍ତି ନେବ। ମୋର ବିଶ୍ୱାସ, ସେ ମୋ ପୁଅ, ଅଶୋକ ଦାସ କି କଳ୍ପତରୁ ଦାସଙ୍କ ପୁଅ ନୁହେଁ। ସେ କ’ଣ କରିବ, ମୁଁ କାହିଁକି ଚିନ୍ତା କରିବି?”

 

 

 

 



from Odisha Reporter https://ift.tt/2D0FwE3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages