ରେଳଧାରଣାରେ ଫାଟ ଥିବା କେବଳ ଅନୁଭବରୁ ଜାଣି ପାରିଥିଲେ ଏହି ଭାରତୀୟ ଇଞ୍ଜିନିୟର   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ରେଳଧାରଣାରେ ଫାଟ ଥିବା କେବଳ ଅନୁଭବରୁ ଜାଣି ପାରିଥିଲେ ଏହି ଭାରତୀୟ ଇଞ୍ଜିନିୟର  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ହେଉଛି ଯନ୍ତ୍ରୀ ଦିବସ ବା ଇଞ୍ଜିନିୟର୍ସ ଡେ। ଭାରତର ପ୍ରକ୍ଷାତ ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରେୟାଙ୍କ ପୂଣ୍ୟ ଜନ୍ମତୀଥି।

୧୮୬୧ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ କର୍ଣ୍ଣାଟକର ମୁଡ୍ଡିନାହଲ୍ଲିରେ ଜନ୍ମଗ୍ରହଣ କରିଥିଲେ ବିଶ୍ୱେଶ୍ୱରାୟା। ଭେଙ୍କଟାଲକ୍ଷ୍ମମାମ୍‌ ଓ ମୋକ୍ଷଗୁଣ୍ଡମ୍‌ ଶ୍ରୀନିବାସ ଶାସ୍ତ୍ରୀଙ୍କ ଏହି ପୁତ୍ର ଯେ, ଦିନେ ଭାରତର ଶ୍ରେଷ୍ଠ ମହାପୁରୁଷଙ୍କ ମଧ୍ୟରେ ଗଣା ହେବେ ସେ ନେଇ ପିଲାଟି ବେଳରୁ ହିଁ ଠଉରେଇ ସାରିଥିଲେ ଅଞ୍ଚଳବାସୀ।

୧୮୮୩ରେ ପୁଣେ ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟର ଭାବେ ଡିଗ୍ରୀ ହାସଲ କରିବା ପରେ ଦେଶର ଦ୍ରୁତ ପ୍ରଗତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ।  ମୈସୁରର କୃଷ୍ଣରାଜା ବନ୍ଧ ନିର୍ମାଣ କରି ଚର୍ଚ୍ଚିତ ହୋଇଥିଲେ ବିଶ୍ୱେଶ୍ୱରାୟା । ପରବର୍ତ୍ତି ସମୟରେ ହାଇଦ୍ରାବାଦ୍‌ ସହରକୁ ବନ୍ୟା ଦାଉରୁ ରକ୍ଷା କରିବାକୁ ସ୍ୱତନ୍ତ୍ର ବନ୍ଧ ନିର୍ମାଣ ପାଇଁ ଅଣ୍ଟା ଭିଡିଥିଲେ ସେ। ଯେଉଁଥିରେ ସଫଳ ହେବା ପରେ ୧୯୫୫ରେ ଭାରତ ସରାକାରଙ୍କ ପକ୍ଷରୁ ତାଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା।

ତେବେ ସେ ଖାଲି ବୃତ୍ତିରେ ନୁହେଁ, ହୃଦୟରୁ ସେ ଜଣେ ଭଲ ଇଞ୍ଜିନିୟର ଥିଲେ ବୋଲି ମଧ୍ୟ କୁହାଯାଏ। ତାଙ୍କୁ ନେଇ ଗୋଟିଏ ଘଟଣା ଏଠାରେ ଅବତାରଣ କରାଯାଇପାରେ।

ଏକଦା ଏକ ବ୍ୟସ୍ତ ବହୂଳ ଟ୍ରେନରେ ଅଧିକାଂଶ ବିଦେଶୀ ଯାତ୍ରୀଙ୍କ ସହ ଯାତ୍ରା କରୁଥିଲେ ବିଶ୍ୱେଶ୍ୱରାୟା। ହଠାତ୍‌ ମଝି ରାସ୍ତାରେ ସେ ଟ୍ରେନ୍‌ର ଚେନ୍‌ ପୁଲିଂ କରିଦେଲେ। ଯେଉଁଥି ପାଇଁ ଟ୍ରେନରେ ବସିଥିବା ଇଂରେଜ ବ୍ୟକ୍ତିମାନେ ତାଙ୍କୁ ଗାଳିଗୁଲଜ କରିବା ସହ ଭାରତୀୟତାକୁ ନେଇ କୁତ୍ସାରଟନା କରିଥିଲେ। ହେଲେ କିଛି ସମୟ ପରେ ଜଣାପଡିଥିଲା ଯେଉଁ ଧାରଣାରେ ଟ୍ରେନ ଯାଉଥିଲା ସେହି ଧାରଣାରେ ଏକ ବଡ଼ ଫାଟ ରହିଥିଲା। ଏଣୁ ଏହିଠାରେ ଚେନ୍‌ ପୁଲିଂ ନ ହୋଇଥିଲେ ଟ୍ରେନ ଓଲଟି ପଡ଼ିଥାନ୍ତା ଓ ଶହଶହ ଲୋକଙ୍କ ପ୍ରାଣହାନୀ ଘଟିଥାନ୍ତି।

ଚଳନ୍ତା ଟ୍ରେନର ଗତୀ ପରିବର୍ତ୍ତନ ହେଉଥିବା ଅନୁଭବ କରିବା ପରେ ବିଶ୍ୱେଶ୍ୱରାୟା ଚେନ୍‌ ପୁଲିଂ କରିଥିବା ଜାଣିବା ପରେ ସମସ୍ତେ ତାଙ୍କୁ ପ୍ରଶଂସା କରିଥିଲେ। ହେଲେ କେହି ଜାଣି ନ ଥିଲେ ସେ ହେଉଛନ୍ତି ଭାରତର ପ୍ରକ୍ଷାତ ଇଞ୍ଜିଂନିୟର ବୋଲି। ଟ୍ରେନରୁ ଓହ୍ଲାଉଥିବା ବେଳେ ତାଙ୍କ ଅସଲ ପରିଚୟ ଜାଣି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

୧୨ ଏପ୍ରିଲ୍‌ ୧୯୬୨ରେ ଏହି ମହାନ୍‌ ବ୍ୟକ୍ତିକ୍ତ୍ୱଙ୍କ ପରଲୋକ ହେବାପରେ ତାଙ୍କ ପୂଣ୍ୟ ଜନ୍ମତିଥିକୁ ଭାରତରେ ଇଞ୍ଜିନିୟର୍ସ ଡେ ଭାବେ ପାଳନ କରାଯାଉଛି।

ଆଜି ଗୁଗୁଲ୍‌ ୱେବ୍‌ପେଜ୍‌ ପ୍ରଚ୍ଛଦ ବା ଡୁଡୁଲରେ ତାଙ୍କ ଫଟୋ ରଖି ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଯାହା ଜଣେ ଭାରତୀୟ ପାଇଁ ନିଶ୍ଚିତ ଗର୍ବ ଓ ଗୌରବର କଥା।



from Odisha Reporter https://ift.tt/2MydpvB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages