ଦିଲ୍ଲୀରେ ୧୮ ମୁଣ୍ଡ ନେଲାଣି ‘ଡିପ୍‌ଥେରିଆ’,ଜାଣନ୍ତୁ କ’ଣ ଏହି ରୋଗ ଓ ଏହାର ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଦିଲ୍ଲୀରେ ୧୮ ମୁଣ୍ଡ ନେଲାଣି ‘ଡିପ୍‌ଥେରିଆ’,ଜାଣନ୍ତୁ କ’ଣ ଏହି ରୋଗ ଓ ଏହାର ଲକ୍ଷଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ‘ଡିପ୍‌ଥେରିଆ’ର ଆତଙ୍କ। କେବଳ ଉତ୍ତର ପଶ୍ଚିମ ଦିଲ୍ଲୀର ଏକ ଏକ ଡାକ୍ତରଖାନାରେ ଏଯାଏ ୧୮ଜଣ ପିଲାଙ୍କର ମୃତ୍ୟୁ ହୋଇସାରିଲାଣି।
ବିଶେଷଜ୍ଞଙ୍କ ମତରେ, ‘ଡିପ୍‌ଥେରିଆ’ ଏକ ଅତ୍ୟନ୍ତ ଭୟାନକ ରୋଗ ଏବଂ ଯାହା ସଂକ୍ରମିତ ହୋଇ ବ୍ୟାପିଥାଏ।

ଏବେ ଆସନ୍ତୁ ଜାଣିବା ଏହି ‘ଡିପ୍‌ଥେରିଆ’ କ’ଣ ଓ ଏଥିରୁ କିପରି ସୁରକ୍ଷା ମିଳିବ।

‘ଡିପ୍‌ଥେରିଆ’ କ’ଣ:

ଏହି ରୋଗର ପୂରା ନାଁ ହେଉଛି ‘ଡିପ୍‌ଥେରିଆ’ କରିନେବ୍ୟାକ୍ଟେରିୟମ୍। ଏହା ଡିପ୍‌ଥେରି ନାମକ ବ୍ୟାକ୍ଟେରିଆରୁ ସଂକ୍ରମଣ ହୋଇଥାଏ। ‘ଡିପ୍‌ଥେରି’ ଜୀବାଣୁ ଏକ ବିଷାକ୍ତ ପଦାର୍ଥ ତ୍ୟାଗ କରିଥାଏ, ଯାହା ଶରୀରର କ୍ଷତି କରିଥାଏ। ଏଥିରେ ଏଯାଏ ବିଶ୍ୱର ପ୍ରାୟ ୩୦୦୦ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

‘ଡିପ୍‌ଥେରିଆ’ର ଲକ୍ଷଣ

୧. ଗଳା ଦରଜ

୨. ଭୋକ ନ ଲାଗିବା

୩. ବାରମ୍ବାର ଜ୍ୱର ଆସିବା

୪. ସଂକ୍ରମଣ ବଢ଼ିଲେ ଏକ ଛଦ୍ମ ଝିଲ୍ଲି ବା କୋଷାବରଣ ନାକ, ଟନସିଲ୍‌ ଓ ବେକରେ ପଡ଼ିଥାଏ ଓ ଏହା ସଫା ଜଣାପଡ଼ିଥାଏ।

କେମିତି ତିଆରି ହୁଏ ‘ଡିପ୍‌ଥେରିଆ’ ଝିଲ୍ଲି

‘ଡିପ୍‌ଥେରିଆ’ରେ ଶରୀରର କୌଣସି ଭାଗରେ ବି ଛଦ୍ମ ଝିଲ୍ଲି ତିଆରି ହୋଇପାରେ। ଏହାର କାରଣ ହୋଇଥାଏ ଡିପ୍‌ଥେରି ଜୀବାଣୁ। ଏହି ବ୍ୟାକ୍ଟେରିଆ ତ୍ୟାଗ କରିଥିବା ବିଷାକ୍ତ ପଦାର୍ଥରେ ଯୋଗୁ ଏକ ପତଳା ଝିଲ୍ଲି ଶରୀରର କୋଷିକା ସହ ଅଠା ଭଳି ଲାଗିଯାଏ। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୁଏ।



from Odisha Reporter https://ift.tt/2OXLGGN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages