ଜେଲ୍‌ କର୍ମଚାରୀଙ୍କୁ ଧକ୍କା ମାରି ଚମ୍ପଟ ମାରିଲା କଏଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଜେଲ୍‌ କର୍ମଚାରୀଙ୍କୁ ଧକ୍କା ମାରି ଚମ୍ପଟ ମାରିଲା କଏଦୀ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ନିକଟରେ ନୂଆପଡ଼ାରେ କନ୍‌ଷ୍ଟେବଲ୍‌ଙ୍କୁ ଧକ୍କା ମାରି କୋର୍ଟ ପରିସରରୁ ଜଣେ ହାର୍ଡକୋର ମାଓବାଦୀ ଚମ୍ପଟ ମାରିଥିଲା। ଆଜି ପୁଣି ସେମିତି ଏକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। କୋଦଳା ଜେଲ୍‌ ଗେଟ୍‌ରେ ଜଗିଥିବା କର୍ମଚାରୀଙ୍କୁ ଧକ୍କା ମାରି କଏଦୀ ଥିବା ଜଣେ ଡକାୟତ ଖସି ପଳାଇଛି।

ପୂରା ଘଟଣା ଏମିତି। ସେପ୍ଟେମ୍ୱର ୧ ତାରିଖରେ ଏକ ଡକାୟତି ମାମଲାରେ ସନ୍ତୋଷ ବେହେରା ନାମକ ଜଣେ ଡକାୟତଙ୍କ ସମେତ ୫ ଜଣଙ୍କୁ ପୁଲିସ କବିସୂର୍ଯ୍ୟନଗରରୁ ଗିରଫ କରିଥିଲା। ଏହା ପରେ ସନ୍ତୋଷ କୋଦଳା ସବ୍‌ଜେଲ୍‌ରେ ରହୁଥିଲା।

ଆଜି ଦିନ ୧୧ଟା ବେଳେ ସନ୍ତୋଷ ଜେଲ୍‌ ଗେଟ୍‌ ଜଗିଥିବା କର୍ମଚାରୀଙ୍କୁ ଧକ୍କା ମାରି ଚମ୍ପଟ ମାରିଥିଲା। ସନ୍ତୋଷକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମାତ୍ର ଏପର୍ଯନ୍ତ ତାକୁ ଧରିବାରେ ସଫଳ ହୋଇନି।

ଗତ ୧୧ ତାରିଖରେ ଭଞ୍ଜନଗର ସବ୍‌ଜେଲ୍‌ରୁ ବାବୁ ବେହେରା ନାମକ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିଲା। ତାକୁ ପୁଲିସ ଏପର୍ଯ୍ୟନ୍ତ ଠାବ କରିପାରି ନାହିଁ।



from Odisha Reporter https://ift.tt/2xGvKlz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages