
ନୂଆଦିଲ୍ଲୀ: ତାମିଲନାଡୁରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ଏକ ବସ୍ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବସ୍ରେ ପ୍ରାୟ ୮୦ ଜଣ ଯାତ୍ରୀ ଥିଲେ। ଜଣେ ଜେସିବି ଡ୍ରାଇଭର କପିଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଧରଣର ଅଘଟଣର ଆଶଙ୍କା ଟଳି ପାରିଛି। କପିଲଙ୍କ ଯୋଗୁ ବସ୍ର ସମସ୍ତ ଯାତ୍ରୀ ନୂଆ ଜୀବନ ପାଇଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ। କପିଲ୍ଙ୍କ ଏହି ବାହାଦୂରୀ ତାଙ୍କୁ ରାତାରାତି ସୋଶାଲ ମିଡିଆରେ ହିରୋ ବନାଇ ଦେଇଛି।
ସୂଚନାଯୋଗ୍ୟ ଯେ, ତାମିଲନାଡୁର ରାଜ୍ୟ ପରିବହନର ଏକ ବସ୍ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିବାକୁ ଯାଉଥିଲା। ଏହି ସମୟରେ ସେଠାରେ କାମ କରୁଥିବା କପିଲଙ୍କ ଦୃଷ୍ଟି ବସ୍ ଉପରେ ପଡ଼ିଥିଲା। ଜେସିବି ଚଲାଇବାରେ ଏକ୍ସପର୍ଟ କପିଲ ସଙ୍ଗେ ସଙ୍ଗେ ବସ୍କୁ ଜେସିବି ଦ୍ୱାରା ଅଟକାଇ ଦେଇଥିଲେ।
କପିଲ ଜେସିବି ଦ୍ୱାରା ବସ୍କୁ ପ୍ରାୟ ୧ ଘଣ୍ଟା ଯାଏ ଅଟକାଇ ରଖିଥିଲେ। ଏହି ସମୟ ମଧ୍ୟରେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ବାହାରି ପାରିଥିଲେ। ପରେ ବସ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।
କପିଲଙ୍କ ଜଣେ ବନ୍ଧୁ ଫେସ୍ବୁକ୍ରେ ଏହି ଘଟଣା ସମ୍ପର୍କରେ ପୋଷ୍ଟ କରିବା ପରେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। କପିଲଙ୍କ ବନ୍ଧୁ ଫେସ୍ବୁକ୍ ପୋଷ୍ଟରେ କହିଛନ୍ତି, “ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସମସ୍ତ ଯାତ୍ରୀ ଲୁହଭରା ଆଖିରେ କପିଲଙ୍କୁ ଧନ୍ୟବାଦ ଜଣାଇଥିଲେ। କପିଲ ଠିକ୍ ସମୟରେ ବଞ୍ଚାଇ ନଥିଲେ ଆଜି ୮୦ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଥାନ୍ତା ବୋଲି ଯାତ୍ରୀମାନେ କହିଥିଲେ।”
from Odisha Reporter https://ift.tt/2IbDn7u
No comments:
Post a Comment