
ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନଶିପ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି। ଏସିଆନ୍ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ କୁସ୍ତିଯୋଦ୍ଧା ବିନେଶ ଫୋଗାଟ୍ ଆହତ ହୋଇଥିବା କାରଣରୁ ଏଥିରୁ ଆଉଟ୍ ହୋଇଯାଇଛନ୍ତି। ୫୦ କେଜି ବର୍ଗରେ ଭାଗ ନେବାକୁ ଥିବା ବିନେଶଙ୍କୁ ଏହି ଚାମ୍ପିଅନଶିପରେ ମେଡାଲିଷ୍ଟ ଭାବେ ଦେଖା ଯାଉଥିଲା।
ଲକ୍ଷ୍ନୌରେ ଅଭ୍ୟାସ ବେଳେ ବିନେଶଙ୍କ କହୁଣୀରେ ଅଘାତ ଲାଗିଥିଲା। ପରୀକ୍ଷା ପରେ ତାଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଛି। ଏ ପରିସ୍ଥିତିରେ ସେ ଚାମ୍ପିଅନଶିପରେ ଭାଗ ନେବା ବିପଦପୂର୍ଣ୍ଣ ହୋଇପାରେ ବୋଲି ଭାରତୀୟ କୁସ୍ତି ମହାସଂଘର ଜଣେ ଅଧିକାରୀ କହିଛନ୍ତି।
ଏବେ ବିନେଶଙ୍କ ସ୍ଥାନରେ ରିତୁ ଫୋଗାଟ୍ ଏହି ବର୍ଗରେ ଭାଗ ନେବେ। ଏନେଇ ସୋମବାର ଭାରତୀୟ କୁସ୍ତି ମହାସଂଘ ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ ଯେ, ରିତୁ, ବିନେଶଙ୍କ ସମ୍ପର୍କୀୟ ଭଉଣୀ।
from Odisha Reporter https://ift.tt/2NEPH68
No comments:
Post a Comment