ଏଣିକି ଉପାୟ ନାହିଁ, ଦିହେଁ ଦିହିଁକି ଜଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଏଣିକି ଉପାୟ ନାହିଁ, ଦିହେଁ ଦିହିଁକି ଜଗ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ରାମ ମନ୍ଦିର ଖଟିରେ ଆଜି ଧୂମ୍‌ ମଉଜ ହେଲା। ସମସ୍ତେ ନିଜ ନିଜ ପୂର୍ବ ପ୍ରେମିକାଙ୍କ କଥା ମନେ ପକାଇଲେ। କିଏ କୋଉଠି ବାହା ହେଇଛି, କାହା ଫେସ୍‌ବୁକ୍‌ରେ କିଏ ଅଛି, ସବୁ କଥା ପଡିଲା। କିଛି କିଛି ଉତ୍ସାହି ଅବିବାହିତ ପ୍ରେମିକ ନିଜ ଗତ ପ୍ରେମିକାଙ୍କ ରୁଚି ଅରୁଚି ସମ୍ପର୍କରେ ମଧ୍ୟ କହିବାକୁ  ଲାଗିଲେ। କାହାକୁ ପଣସ ଭଲ, କାହାକୁ କଦଳୀ, ସେ ବିଷୟରେ ମଧ୍ୟ ଚର୍ଚ୍ଚା ହେଲା।

ତହିଁରୁ ବାହାରି ଜଣେ ଉଚ୍ଚ ଗୌରବର୍ଣ୍ଣ ଯୁବକ ବଡ଼ ଆନନ୍ଦିତ ମୁଖ ମୁଣ୍ଡଳରେ ରାମ ମନ୍ଦିର ସାମ୍ନାରେ ବିକ୍ରି ହେଉଥିବା ୫ଟଙ୍କିଆ ସିଙ୍ଗଡା ବି ବାଣ୍ଟିଲେ। ଆଉ ସମସ୍ତେ ସିଙ୍ଗଡା ଖାଇ ସାରିବା ପରେ ବାବୁ ଜଣକ ଗୋଟିଏ ଧାଡ଼ି କହିଲେ “ଏଣିକି ପର ଝିଅ ସ୍ତ୍ରୀ ସମାନ”।

ସବୁ ବିସ୍ମିତ ହେଲେ, ଆଉ ଏଭଳି କହିବାର ଅଭିପ୍ରାୟ ପଚାରିଲେ। ବାବୁ ଜଣକ ନିଜ ବାଇକ୍‌ ଉପରେ ଆସନ ଗ୍ରହଣ କରିବା ପରେ ଚତୁଃପାର୍ଶ୍ୱରେ ଉପରୋକ୍ତ ଆକ୍ଷାୟିକାର ଭାବାର୍ଥ ବୁଝିବାକୁ ଚାତକ ପରି ବେଢିଗଲେ ବନ୍ଧୁମାନେ। ଏଭଳି ଉତ୍ସାହ ଦେଖି ବାଇକ୍‌ ଆସନରେ ଆରୁଢ ହୋଇଥିବା ପ୍ରେମିକ ପ୍ରବର କହିଲେ-

“ସ୍ତ୍ରୀ ହେଉଛନ୍ତି ଆମର ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି। ତାଙ୍କୁ ସୁରକ୍ଷା ଦେବାକୁ ଆମେ ସବୁବେଳେ ଆଗେଇ ଆସୁ। ତାକୁ କିଏ ଚାହିଁଲେ କି ଛୁଇଁଲେ, ଆମ ଶ୍ରୀଅଙ୍ଗରେ କରେଣ୍ଟ ସଞ୍ଚରଣ କରିଯାଏ। ଏଣୁ ଏହା ହେଉଛି ପତ୍ନୀଙ୍କ ପ୍ରତି ଆମର ଐକାନ୍ତିକ ଭାବ, ଯାହା ସବୋର୍ଚ୍ଚ ବୋଲି କୁହାଯାଇପାରେ। ଅତଃ ଆମେ ସମସ୍ତ ନାରୀଙ୍କୁ ନିଜର ପତ୍ନୀତୁଲ୍ୟ ଚିନ୍ତା କଲେ, ତାଙ୍କୁ ସୁରକ୍ଷା ଯୋଗାଇ ପାରିବା। ସ୍ୱାମୀ ନ ହୋଇ ମଧ୍ୟ ତାଙ୍କ ହସ ଟିକକ ପ୍ରାପ୍ତ କରି ମନେମନେ କୁତୁକୁତ ହୋଇପାରିବା। ଯଦି ପାରିବା ଆଉ ଟିକେ ଆଗକୁ ବି ବଢିପାରିବା।”

ଏ କଥା ଶୁଣି +୩୦ ବୟସର ଜଣେ ଅଭିଜ୍ଞ ପ୍ରେମିକ କହିଲେ “ଏମିତି କଲେ ଗୋଟିଏ ମାଡ଼ ବି ତଳେ ପଡିବନି। ସବୁ ପିଠିରେ। ”

କଥା ଶୁଣି ବାଇକ୍‌ ଆରୁଢ ବ୍ୟକ୍ତି ଜଣକ ସହାସ୍ୟ ବଦନରେ ଆଜି ସକାଳର ଖବରଟାକୁ ପରସି ଦେଲେ।

କହିଲେ- “ଆରେ ବାଇଆ ତୁ ଜାଣିନୁ ବୋଧେ, ଏଣିକି ପରକୀୟା କଲେ କୋର୍ଟ ତୋ ପାଇଁ ଢାଲ ହେବେ। ଏଣୁ ମୁଁ ଯଦି ଏମିତି କରି ଆନନ୍ଦିତ ହେବି ଏବଂ ଅନ୍ୟକାହାକୁ ଆନନ୍ଦ ଦେବି ସେଥିରେ ଆପତ୍ତି କୋଉଠି ?”

କଥା ଶୁଣି ଅର୍ଦ୍ଧାଧିକ ବିବାହିତ ଯୁବକ ଘର ମୁହାଁ ହେଲେ। କିଏ ବାଇକ୍‌ ଷ୍ଟାର୍ଟ କଲା ତ ଆଉ କିଏ ସ୍କୁଟି।

ସେମାନଙ୍କ ହାବଭାବ ଦେଖି ସିଙ୍ଗଡ଼ା ବଣ୍ଟାଳୀ ଯୁବକ ହସିଲେ।

କହିଲେ- ‘ସବୁଦିନ ପତ୍ନୀଙ୍କୁ ଅଣଦେଖା କରି ଦୀର୍ଘ ସମୟ ଖଟିରେ ବିତାଉଥିବା ମୋ ଭାଇମାନେ ଏଣିକି ପତ୍ନୀଙ୍କୁ ଆପ୍ୟାୟିତ କରିବାକୁ ଟିକେ ଅଧିକ ସମୟ ଦେବେ ବୋଲି ଆଶା। ପ୍ରେମରେ ନ ହେଉ ପଛେ ପରକୀୟା ଡରରେ ଅନ୍ତତଃ ସେମାନେ ସୁଧୁରି ଯିବେ ତ !



from Odisha Reporter https://ift.tt/2NO8psl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages