
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ବିବାହିତ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମାଉସୀମା ମନ୍ଦିର ନିକଟ ରେଳ ଧାରଣାରୁ ସଂପୃକ୍ତ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତ ଯୁବକଙ୍କ ନାଁ ଜଗା ଦାସ। ସେ ୟୁନିଟ୍-୨ ସ୍ଥିତ ପୋଟଳ ବସ୍ତିରେ ରହୁଥିଲେ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଶନିବାର ସନ୍ଧ୍ୟାରେ ଜଗା ଜିମ୍କୁ ଯାଇ ଆଉ ଘରକୁ ଫେରି ନଥିଲେ। ସେହି ଦିନ ସନ୍ଧ୍ୟାରେ କିଛି ଯୁବକ ତାଙ୍କୁ ଗୌତମନଗର ଅଞ୍ଚଳରେ ଅଟକାଇ ମାଡ଼ ମାରିଥିଲେ। ଏନେଇ ଜଗା ତାଙ୍କ ଭାଉଜଙ୍କୁ ଫୋନ୍ରେ ଜଣାଇଥିଲେ। ଏହାପରେ ଜଗାଙ୍କ ପରିବାର ଲୋକେ ପୁଲିସ୍କୁ ଖବର ଦେଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଗାକୁ ଖୋଜିଥିଲେ ବି ପାଇ ନଥିଲା। ତା’ପରଠୁ ସେ ନିଖୋଜ ଥିଲେ।
ଗତକାଲି ଦିନ ପ୍ରାୟ ୧୨ଟା ବେଳେ ରେଳଧାରଣା ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଜିଆରପି ଓ କମିଶନରେଟ୍ ପୁଲିସ୍ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ଜଗାକୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2QkjhLM
No comments:
Post a Comment