୫ ଦିନ ଧରି ଜୀବନ ସହ ସଂଷର୍ଷ କରି ଆରପାରିକୁ ଚାଲିଗଲେ ଆଇପିଏସ୍‌ ସୁରେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

୫ ଦିନ ଧରି ଜୀବନ ସହ ସଂଷର୍ଷ କରି ଆରପାରିକୁ ଚାଲିଗଲେ ଆଇପିଏସ୍‌ ସୁରେନ୍ଦ୍ର

କାନପୁର: ପାଞ୍ଚ ଦିନ ଧରି ଅହରହ ଜୀବନ ସହ ସଂଷର୍ଷ ଶେଷରେ ହାରିଯାଇଛନ୍ତି ଆଇପିଏସ୍‌ ଅଧିକାରୀ ସୁରେନ୍ଦ୍ର ଦାସ। l ମେଡିକାଲରେ ଲିଭିଯାଇଛି ଜୀବନ ଦୀପ। ୫ ଦିନତଳେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୁରେନ୍ଦ୍ର ଦାସଙ୍କ ଗତକାଲି କାନପୁରରେ ଏକ ନର୍ସିଂ ହୋମ୍‌ରେ ମୃତ୍ୟୁ ଘଟିଛି। ଉକ୍ତ ମେଡିକାଲର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ସୁରେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ଗମ୍ଭୀର ହୋଇପଡ଼ିଥିଲା। ଏପରିକି ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହୋଇପଡ଼ିଥିଲା। ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଥିଲା।

ଆଉ ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ୩୦ ବର୍ଷୀୟ ସୁରେନ୍ଦ୍ର ହେଉଛନ୍ତି ୨୦୧୪ ବ୍ୟାଚ୍‌ର ଆଇପିଏସ ଅଫିସିର । ଚଳିତ ଅଗଷ୍ଟରେ ତାଙ୍କୁ କାନପୁରର ଏସ୍‌ପି ଭାବେ ଦାୟିତ୍ୱ ଦିଆଯାଇଥିଲା। କୁହାଯାଉଛି ନିଜ ବୈବାହିକ ଜୀବନରେ ମତାନ୍ତର ହୋଇ ଶେଷରେ ଏହା ଚରମ ସ୍ଥିତିରେ ପହଞ୍ଚିଥିଲା। ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ହେଉଥିଲା। ଜନ୍ମାଷ୍ଟମୀରେ ତାଙ୍କ ପତ୍ନୀ ଡା. ରବୀନା ଆମିଷ ଓ ବର୍ଗର ମଗାଇ ଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା।

ଅନ୍ୟପଟେ  ସୁରେନ୍ଦ୍ର ଗତ ୪୦ ଦିନ ହେଲା ନିଜ ମାଆଙ୍କ ସହିତ କଥା ହୋଇନଥିଲେ। ଏସବୁ କାରଣକୁ ନେଇ ଶେଷରେ ସୁରେନ୍ଦ୍ର ସଲ୍‌ଫାସ୍‌ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଏକ  ଘରୋଇ ନର୍ସିଂ ହୋମ୍‌ରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ କାନପୁରର ରିଜେନ୍ସି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ପରଲୋକରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେହିପରି ୟୁପି ଡିଜିପି ଓ.ପି. ସିଂହ ମଧ୍ୟ ଟ୍ଵିଟର୍‌ରେ ଶୋକପ୍ରକାଶ କରିବା ସହିତ ସୁରେନ୍ଦ୍ର ଜଣେ କର୍ତ୍ତବ୍ୟପରାୟଣ ଅଫିସର ଥିଲେ ବୋଲି କହିଛନ୍ତି।



from Odisha Reporter https://ift.tt/2wWvyyc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages