
ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା।
ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ। ତା’ପରେ ବଡ଼ପୋଡ଼ା ପଞ୍ଚାୟତରୁ ବିଏସ୍ଏଫ୍ ଆମ୍ୱୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ଅଣାଯାଉଥିବା ବେଳେ ସେ ଅଧା ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏଥିସହ ଉକ୍ତ ମହିଳାଙ୍କୁ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
from Odisha Reporter https://ift.tt/2otkdAW
No comments:
Post a Comment