
ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଭାସିଯାଇ ୨ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ରଜତ ପାଣ୍ଡେ ଓ ମହମ୍ମଦ ଇବାଦ। ଉଭୟେ କଟକ ପିଲୁ ମୋଦି କଲେଜ୍ ଅଫ୍ ଆର୍କିଟେକ୍ଚରର ଛାତ୍ର ଥିଲେ।
ଆଜି ସକାଳେ ଏମାନଙ୍କ ସହିତ ଆହୁରି ୪ ଜଣ ଛାତ୍ର ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ସେମାନେ ଚକ୍ରତୀର୍ଥ ରୋଡ୍ ପାନ୍ଥନିବାସ ନିକଟରେ ଗାଧୋଉ ଥିଲେ। ଗାଧୋଇବା ବେଳେ ଜଣେ ଭାସିଯିବାରୁ ଅନ୍ୟ ଜଣେ ଛାତ୍ର ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ସେ ମଧ୍ୟ ଭାସି ଯାଇଥିଲେ।
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
from Odisha Reporter https://ift.tt/2ClmMPx
No comments:
Post a Comment