
ନୂଆଦିଲ୍ଲୀ: ବିମୁଦ୍ରାକରଣ ପାଇଁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିବା ନେଇ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରୁଥିବାବେଳେ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର କିନ୍ତୁ ଏଥିପାଇଁ ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଦାୟୀ କରିଛନ୍ତି।
୫୦୦ ଓ ୧୦୦୦ ଟଙ୍କା ବ୍ୟାନ୍ ପାଇଁ ନୁହେଁ, ବରଂ ରାଜନଙ୍କ ଏନ୍ପିଏ ପଲିସି ପାଇଁ ଦେଶର ଅର୍ଥନୀତି ଦୁର୍ବଳ ହୋଇଥିବା ରାଜୀବ କହିଛନ୍ତି। ସେହି ସମୟରେ ଦେଶର ଅର୍ଥନୀତି ଖରାପ ପରିସ୍ଥିତି ଦେଇ ଗତି କରୁଥିଲା। ୨୦୧୫-୧୬ ଆର୍ଥିକ ବର୍ଷର ଶେଷ କ୍ଵାର୍ଟର୍ (ଶେଷ ତିନି ମାସ) ଠାରୁ ଦେଶର ଅର୍ଥନୀତି ଦୁର୍ବଳ ହେବା ଆରମ୍ଭ ହେଲା ଏବଂ ଏହାର ପରବର୍ତ୍ତୀ ୬ଟି କ୍ୱାର୍ଟରରେ କ୍ରମାଗତ ଭାବେ ଦୁର୍ବଳ ହେବାରେ ଲାଗିଲା।
ରାଜନ୍ଙ୍କର ଦୁର୍ବଳ ଆକାଉଣ୍ଟ ପଲିସି ପାଇଁ ବ୍ୟାଙ୍କିଂ ସେକ୍ଟର୍ରେ ନାଁ ପରଫର୍ମିଙ୍ଗ ଆସେଟ ବା ଏନ୍ପିଏର ପରିମାଣକୁ ବଢ଼ାଇ ଦେଲା। ଫଳରେ ଏନ୍ପିଏ ପରିମାଣ ୧୦.୪ ଲକ୍ଷ କୋଟି ଟଙ୍କା ହୋଇଯାଇଥିଲା। କିନ୍ତୁ ପରେ ମୋଦି ସରକାର ଦାୟିତ୍ୱ ନେବା ପରେ ରାଜନ୍ଙ୍କ ଅମଳର ଋଣ ଖିଲାପକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେଲା। ଫଳରେ ବ୍ୟାଙ୍କଗୁଡ଼ିକ ଋଣ ଦେବା ବନ୍ଦ କରିଦେଲେ। ଏହାର ପରିଣାମ ସ୍ଵରୂପ ୨୦୧୭ ବର୍ଷର ମଧ୍ୟକାଳ ବେଳକୁ ଏନପିଏ ପରିମାଣ ୪ ଲକ୍ଷ କୋଟି ଟଙ୍କାକୁ ଖସି ଆସିଲା।
from Odisha Reporter https://ift.tt/2PxeTYG
No comments:
Post a Comment