ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଜାରି କଲା ଆଇଏମ୍‌ଡି, ଏହି ସବୁ ସ୍ଥାନକୁ ରହିଛି ବିପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ସମ୍ଭାବ୍ୟ ବାତ୍ୟା ନେଇ ସୂଚନା ଜାରି କଲା ଆଇଏମ୍‌ଡି, ଏହି ସବୁ ସ୍ଥାନକୁ ରହିଛି ବିପଦ

ନୂଆଦିଲ୍ଲୀ:ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଟ୍ରପିକାଲ୍ ସାଇକ୍ଲୋନ୍‌ର ରୂପନେଇଛି। ପଶ୍ଚିମ ଓ କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ କଳିଙ୍ଗପାଟନମ୍‌ଠାରୁ ୩୧୦ କମି  ଏବଂ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୦୦ କିମି ଦୂରରେ ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସକାଳେ ଲଘୁଚାପଟି ଡିପ୍‌ଡିପ୍ରେସନ୍‌ର ରୂପ ନେଇଥିଲା। ତେବେ ଆଜି ରାତିରେ ଏହା ଝଡ଼ବାତ୍ୟାର ରୂପ ନେବାର ସମ୍ଭାବନା ଥିବା ଆଇଏମ୍‌ଡି ପକ୍ଷରୁ କୁହାଯାଇଛି।

ଏହି ସମ୍ଭାବ୍ୟ ଝଡ଼ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରରେ ଏହା କଳିଙ୍ଗପାଟନମ୍‌ ଏବଂ ପାରାଦୀପ ମଧ୍ୟ ତଥା ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳ ଦେଇ ଅତିକ୍ରମ କରିବ। ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଏହା ଦ୍ୱାରା ବେଶୀ ପ୍ରଭାବିତ ହେବ।

ପବନର ବେଗ ଅଧିକ ରହିବ

ସମ୍ଭାବ୍ୟ ଝଡ଼ବାତ୍ୟା ପ୍ରଭାବରେ ୬୦ରୁ ୭୦ କିମି ବେଗରେ ପବନ ବହିପାରେ। ଏହା ୮୦ କିମିରୁ ମଧ୍ୟ ଅତିକ୍ରମ କରିପାରେ। ଆସନ୍ତାକାଲି ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇପାରେ। ଏଥିପାଇଁ ଆସନ୍ତା ୨ ଦିନଧରି ସମୁଦ୍ର ଅଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି।

ଏହି ସମୟରେ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ତେବେ  ଭାରତର ଆଭ୍ୟନ୍ତରୀଣ ଅଞ୍ଚଳ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ପୂର୍ବରୁ ମହାରାଷ୍ଟ୍ରର ଆଭ୍ୟନ୍ତରୀଣ ଅଞ୍ଚଳ ବିଦର୍ଭ, ଆନ୍ଧ୍ର ଉପକୂଳ, କେରଳ, ଲାକ୍ଷାଦୀପ୍‌, ତାମିଲନାଡ଼ୁ, ଆଣ୍ଡାମାନ୍‌ ନିକୋବର, ଆସାମ, ମେଘାଳୟ, ପୂର୍ବ ରାଜସ୍ଥାନ, ଛତିଶଗଡ଼ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିବାର ସୂଚନା ମିଳିଛି।

ପ୍ରବଳରୁ ପ୍ରବଳତର ବର୍ଷା

ସମ୍ଭାବ୍ୟ ଝଡ଼ବାତ୍ୟା ପ୍ରଭାବରେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।



from Odisha Reporter https://ift.tt/2QMGeb2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages