ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ କୋଟିକୋଟି ଟଙ୍କାର ଦୁର୍ନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ କୋଟିକୋଟି ଟଙ୍କାର ଦୁର୍ନୀତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗରେ ଦୁର୍ନୀତିର ଗନ୍ଧ। ୨୦୧୧ରୁ ୨୦୧୭ ମସିହା ମଧ୍ୟରେ ଜେଲ ସୁରକ୍ଷା ପାଇଁ ଉପକରଣ କିଣାରେ ୫ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଓ କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର୍ସ ନିର୍ମାଣରେ ୨୬.୭୬ କୋଟି ଟଙ୍କାର ଅନିୟମିତତା ହୋଇଛି। କେବଳ ସେତିକି ନୁହେଁ, ବନ୍ଦୀଙ୍କୁ ଔଷଧ ଯୋଗାଣ ନାଁରେ ମଧ୍ୟ ୫୯.୮୪ ଲକ୍ଷ ଟଙ୍କାକୁ ଚଳୁ କରାଯାଇଛି।

ଏସବୁ ଦୁର୍ନୀତି ଭିତରେ ବି ସରକାର ନିଜର ଭାବମୂର୍ତ୍ତି ସୁଧାରିବା ପାଇଁ ରଙ୍ଗିନ୍‌ ବିଜ୍ଞାପନରେ ବି କୋଟିକୋଟି ଟଙ୍କା ବ୍ୟୟ କରିଛନ୍ତି।

ସିଏଜି ରିପୋର୍ଟରୁ ରାଜ୍ୟ ସରକାରଙ୍କ ଏହି କୋଟି କୋଟି ଟଙ୍କାର ଅନିୟମିତତାର ପର୍ଦ୍ଦାଫାସ୍ ହୋଇଛି। ସିଏଜି ଯେଉଁ ତଥ୍ୟ ଦେଇଛନ୍ତି, ତାହା ରାଜ୍ୟରେ ଜେଲ୍‌ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠାଇଥିବାବେଳେ ଦୁର୍ନୀତିକୁ ନେଇ ନବୀନ ପଟ୍ଟନାୟକ ସରକାରର ଅସଲ ଚେହେରାକୁ ମଧ୍ୟ ପଦାରେ ପକାଇଛନ୍ତି।

ସିଏଜି ରିପୋର୍ଟ ଅନୁସାରେ ୨୦୧୧ରୁ ୨୦୧୭ ମସିହା ଜୁଲାଇ ମାସ ମଧ୍ୟରେ ଜେଲ୍ ବିଭାଗକୁ ୯୭୨.୧୮କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏଥିରୁ ୫୧% କର୍ମଚାରୀଙ୍କ ଦରମା ଓ ଭତ୍ତା ବାବଦକୁ, ୨୨% ବନ୍ଦୀଙ୍କ ଖାଇବା ଓ ୨୬% ଭିତ୍ତିଭୂମି ସୁଧାରରେ ଖର୍ଚ୍ଚ ହୋଇଛି। ତେବେ ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ବାରିପଦା ଓ ରାଉରକେଲା ଜେଲର୍ ସୁରକ୍ଷା ପାଇଁ ସେଲ୍ ଫୋନ୍ ଜ୍ୟାମର ସ୍ଥାପନ, ୱାକି-ଟକି କିଣା, ମେଟାଲ ଡିକ୍ଟେଟର କିଣା, ରାଇଫଲ୍ କିଣା ଆଦିରେ ବ୍ୟାପକ ଅନିୟମିତତା ହୋଇଛି।

ଥ୍ରୀଜି-ଫୋର୍‌-ଜି ଯୁଗରେ ସରକାର ଟୁ-ଜି ସେଲ୍ ଫୋନ୍ ଜ୍ୟାମର୍‌ ଲଗାଇଥିବାରୁ ସେ ବାବଦରେ ମୋଟ ୩.୯୧ କୋଟି ଟଙ୍କା ଅଯଥା ପାଣିରେ ପଡ଼ିଛି। ଜେଲ୍ ଭିତରେ ଥ୍ରୀ-ଜି ଓ ଫୋର୍‌-ଜି ଫୋନ୍ ଉପଯୋଗ ଯୋଗୁ ଏହି ଜ୍ୟାମର୍ ସେଗୁଡ଼ିକୁ ପ୍ରତିରୋଧ କରିବାରେ ସକ୍ଷମ ହୋଇନଥିଲା।

ସେହିପରି ମୋଟୋରୋଲା କମ୍ପାନୀର ୱାକି-ଟକି ଖରାପ ଥିବାରୁ ତ୍ରୟୋଦଶ ଅର୍ଥ କମିଶନ ଅନୁସାରେ ୫୯.୭୪ ଲକ୍ଷ ଟଙ୍କା ବ୍ୟୟରେ ରେକ୍ସନ୍ କମ୍ପାନୀ ର ୬୦୦ ୱାକିଟକି କିଣାଯାଇଥିଲା। କିନ୍ତୁ ଆସିବା ଦିନରୁ ହିଁ ୨୫୭ଟି ଅକାମୀ ହୋଇ ପଡ଼ି ରହିଥିଲା। ଯେଉଁଥିପାଇଁ ରାଜକୋଷକୁ ୧୭.୫୯ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ମେଟାଲ ଡିକ୍ଟେଟର ମଧ୍ୟ ଅକାମୀ ହୋଇ ପଡ଼ିଥିଲା। ଜେଲଗୁଡ଼ିକରେ ଥିବା ୨୩୪ଟି ସ୍ୱୟଂଚାଳିତ ରାଇଫଲ୍ ମଧ୍ୟରୁ ୯୬ଟି କାର୍ଯ୍ୟକ୍ଷମ ନଥିଲା।

କେବଳ ସେତିକି ନୁହେଁ ବନ୍ଦୀଙ୍କ ପାଇଁ ଔଷଧ କ୍ରୟ ନିମନ୍ତେ ଟେଣ୍ଡର ନକରି ସ୍ଥାନୀୟ ଦୋକାନରୁ ୫୯.୮୪ ଲକ୍ଷ ଟଙ୍କାର ଔଷଧ କିଣା ଯାଇଛି। ସେହିପରି ପୁଲିସ କର୍ମଚାରୀଙ୍କ ଗୃହ ନିର୍ମାଣ ପାଇଁ ପୂର୍ତ୍ତ ବିଭାଗର ଗାଇଡଲାଇନକୁ ଉଲ୍ଲଘଂନ କରାଯାଇଥିବାରୁ ୨୬.୭୯ କୋଟି ଟଙ୍କାର ଅନିୟମିତତା ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା,ସିଏଜି ଏସବୁ ପ୍ରସଙ୍ଗ ଉପରେ ଆପତ୍ତି ଉଠାଇଥିବାବେଳେ ସରକାର ସନ୍ତୋଷଜନକ ଉତର ଦେଇପାରିନାହାନ୍ତି।

ଗତ ୧୮ବର୍ଷ ଧରି ଗୃହ ବିଭାଗରେ ଏଭଳି ଖୁଲମଖୁଲା ଦୁର୍ନୀତି ଏବେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ କଳାଦାଗ ଲଗାଇଛି।

ସେହିପରି କିଛି ଅଫିସର ନିଜର ହାତ ଚିକ୍କଣ କରିବା ଉଦ୍ଦେଶ୍ୟରେ ସରକାରୀ ଟଙ୍କାକୁ ସେଭିଙ୍ଗସ୍ ଆକାଊଣ୍ଟରେ ଜମା ରଖିବା ଯୋଗୁ ୧୫.୩୯ କୋଟି ଟଙ୍କାର ସୁଧ ସରକାରଙ୍କୁ ହରାଇବାକୁ ପଡ଼ିଥିଲା। କିନ୍ତୁ ଏସବୁ ଭିତରେ ରାଜ୍ୟ ସରକାର ନିଜର ପ୍ରଚାର ପ୍ରସାର ନିମନ୍ତେ ସମ୍ବାଦପତ୍ରରେ ଚଢ଼ାଦରରେ ବିଜ୍ଞାପନ ଦେଇ ୧.୮୯ କୋଟି ଟଙ୍କା ଅଯଥା ବ୍ୟୟ କରିଛନ୍ତି।

ଡିଏଭିପି ଦ୍ୱାରା ରଙ୍ଗିନ ବିଜ୍ଞାପନ ନିମନ୍ତେ ଧାର୍ଯ୍ୟ ଦରକୁ ଅଣଦେଖା କରି ୨୦୧୫ରୁ ୨୦୧୭ ମସିହା ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ୮.୮୫ କୋଟି ଟଙ୍କା ବିଜ୍ଞାପନ ଦେୟ ପୈଠ କରିଛି । କିନ୍ତୁ ଅଡିଟବେଳେ ୧.୮୯ କୋଟି ଟଙ୍କା ଅଧିକ ପ୍ରଦାନ ହୋଇଥିବା ଜଣାପଡ଼ିଛି। ତେବେ ଏହି ଅଡିଟ୍ ଉପରେ କୌଣସି ସ୍ପଷ୍ଟୀକରଣ ମଧ୍ୟ ସିଏଜିଙ୍କୁ ଦେବାରେ ବିଭାଗ ବିଫଳ ହୋଇଛି।

ଏସବୁ ବ୍ୟତୀତ ନବକଳେବର ସମୟରେ ପୁରୀ ଜିଲ୍ଲା ସିଡିଏମଓଙ୍କ ଦ୍ୱାରା ୭ଟି ହୋଟେଲ ମାଲିକଙ୍କୁ ତଞ୍ଛକତା କରି ଅଧିକ ୪୪.୧୯ଲକ୍ଷ ଟଙ୍କା ଦିଆଯାଇଛି। ସାଧାରଣ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ନାଁରେ ହୋଟେଲ ମାଲିକମାନଙ୍କୁ ପୋଷା ଯାଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି।



from Odisha Reporter https://ift.tt/2xCw1Fg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages