ବିଜେପି ଏଜେଣ୍ଡାରେ ‘କୋଶଳ’ ନାହିଁ ବୋଲି କହି ହରଡ଼ଘଣାରେ କେଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ବିଜେପି ଏଜେଣ୍ଡାରେ ‘କୋଶଳ’ ନାହିଁ ବୋଲି କହି ହରଡ଼ଘଣାରେ କେଭି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କୁ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ‘କୋଶଳ’ ରାଜ୍ୟ ଗଠନ ପ୍ରସ୍ତାବ ବିଜେପି ଏଜେଣ୍ଡାରେ ନାହିଁ ବୋଲି କହିଥିବାର ଭିଡିଓ ଭାଇରାଲ ହେବାପରେ ଏବେ ତାଙ୍କୁ ନିଜ ଦଳରେ ମଧ୍ୟ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛିି।

ପରିସ୍ଥିତିକୁ ଆକଳନ କରି ଶ୍ରୀ ସିଂହଦେଓ ଏବେ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି। ଭାଇରାଲ୍ ହୋଇଥିବା ଭିଡିଓର ତଦନ୍ତ ପାଇଁ ବଲାଙ୍ଗିର ଥାନାରେ ଶ୍ରୀସିଂହଦେଓଙ୍କ ସହଯୋଗୀମାନେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସାଧାରଣ ନିର୍ବାଚନ ସମୟରେ ଭୋଟ୍ ବ୍ୟାଙ୍କ ହାତେଇବା ଓ ଖସିବାର ଦ୍ୱନ୍ଦ୍ୱରେ କୌଣସି ପ୍ରମୁଖ ରାଜନୀତିକ ଦଳ ‘ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ’ ଦାବିକୁ ନେଇ ମୁହଁ ଖୋଲୁ ନଥିବା ବେଳେ, ଶ୍ରୀ ସିଂହଦେଓ ଏକ ଭିଡିଓରେ ବିଜେପିର ଏଜେଣ୍ଡାରେ କୋଶଳ ରାଜ୍ୟ ଗଠନ ନାହିଁ ବୋଲି କହୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଶ୍ରୀସିଂହଦେଓ ଏଥିରେ ତାଳିପକା ଉଦ୍ୟମ ଆରମ୍ଭ କରିଛନ୍ତି।

ରାଜ୍ୟ ବିଜେପି କ’ଣ ସତରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନକୁ ବିରୋଧ କରୁଛି, ନା ନିର୍ବାଚନ ପୂର୍ବରୁ ଶ୍ରୀସିଂହଦେଓ ଦଳର ଗୁପ୍ତ ଆଭିମୁଖ୍ୟକୁ ପଦାରେ ପକାଇଥିବାରୁ ତାଳିପକା ଉଦ୍ୟମ ଚାଲିଛି ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ବିଜେପି ଯୁବମୋର୍ଚ୍ଚାର ମିଡିଆ ପ୍ରଭାରୀ ସୁରଜ କୁମାର ଗୁରୁ ଓ ଅନ୍ୟମାନଙ୍କ ଦସ୍ତଖତରେ ବଲାଙ୍ଗିର ଟାଉନ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ବିଜେପି ବିଧାୟକ ଦଳ ନେତା ଶ୍ରୀ ସିଂହଦେଓଙ୍କ ଭିଡିଓକୁ କାଣ୍ଟ୍‌ଛାଣ୍ଟ୍‌ କରି କିଛି ଅସାମାଜିକ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଏଭଳି ଭିଡିଓ ଭାଇରାଲ୍ କରିଛନ୍ତି। ତେଣୁ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏହି ଅଭିଯୋଗକାରୀମାନେ ଦାବି କରିଛନ୍ତି।

ଭିଡିଓରେ ଶ୍ରୀସିଂହଦେଓ ସ୍ପଷ୍ଟ ଭାବେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ, ବିଜେପି ଏଜେଣ୍ଡାରେ ନାହିଁ ବୋଲି କହୁଥିଲା ବେଳେ, ସିଏ ନିଜେ ପୁଲିସ୍‌ର ଦ୍ୱାରସ୍ଥ ନହୋଇ, ତାଙ୍କର ସହଯୋଗୀମାନେ ଅଭିଯୋଗ କରିବା ପଛରେ କ’ଣ ରହସ୍ୟ ରହିଛି ତାହା ବୁଝାପଡ଼ୁନି।

ରାଜ୍ୟ ବିଜେପି କ’ଣ ସତରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନକୁ ବିରୋଧ କରୁଛି, ନା ନିର୍ବାଚନ ପୂର୍ବରୁ ଶ୍ରୀସିଂହଦେଓ ଦଳର ଗୁପ୍ତ ଆଭିମୁଖ୍ୟକୁ ପଦାରେ ପକାଇଥିବାରୁ ତାଳିପକା ଉଦ୍ୟମ ଚାଲିଛି ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।



from Odisha Reporter https://ift.tt/2wJuXih

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages