ମନ୍ତ୍ରୀଙ୍କ ଟ୍ରାଉଜର୍‌ ସଫା କଲେ ଗନ୍‌ମ୍ୟାନ୍‌, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ମନ୍ତ୍ରୀଙ୍କ ଟ୍ରାଉଜର୍‌ ସଫା କଲେ ଗନ୍‌ମ୍ୟାନ୍‌, ଭିଡିଓ ଭାଇରାଲ୍‌

ବେଙ୍ଗାଲୁରୁ: ଦେଶରେ ଚାଲିଥିବା ଭିଆଇପି ରାଜ୍‌ର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ମନ୍ତ୍ରୀମାନେ ସେମାନଙ୍କ ଅଙ୍ଗରକ୍ଷୀ ଓ ସୁରକ୍ଷାକର୍ମୀଙ୍କୁ ମନଇଚ୍ଛା ବ୍ୟବହାର କରିଥାଆନ୍ତି ଏବଂ ନିଜ ବ୍ୟକ୍ତିଗତ କାମରେ ଲଗାଇ ଥାଆନ୍ତି ବୋଲି ଅନେକ ସମୟରେ ଚର୍ଚ୍ଚା ହୋଇଥାଏ।

କିନ୍ତୁ କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ସର୍ବସମ୍ମୁଖରେ ତାଙ୍କ ଗନ୍‌ ମ୍ୟାନ୍‌ଙ୍କୁ  ଟ୍ରାଉଜର୍‌ରେ ଲାଗିଥିବା ମାଟିକୁ ସଫା କରିବାକୁ କହି ଅଡ଼ୁଆରେ ପଡ଼ିଛନ୍ତି। ଏ ସଂକ୍ରାନ୍ତ ଭିଡିଓ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହେବା ପରେ ବିଭିନ୍ନ ମହଲରେ ପରମେଶ୍ୱରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

କର୍ଣ୍ଣାଟକର ଉପ ମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ମଙ୍ଗଳବାର ୟେଲ୍ଲାମ୍ମା କୋଲି ରାସ୍ତାରେ କାର୍ଯ୍ୟ ସମୀକ୍ଷା କରିବାକୁ ଯାଇଥିଲେ। ଏହି ସମୟରେ ହାଲୁକା ବାଇଗଣୀ ରଙ୍ଗର କୁର୍ତ୍ତା ଓ ଧଳା ରଙ୍ଗର ଟ୍ରାଉଜର୍‌ ପିନ୍ଧିଥିଲେ। ସେ ଚାଲିଚାଲି ସମଗ୍ର ଅଞ୍ଚଳରେ ଥିବା ଖାଲୁଆ ରାସ୍ତା ଗୁଡ଼ିକର ସ୍ଥିତି ସମୀକ୍ଷା କରିଥିଲେ।

ଏହି ସମୟରେ ସେଠାରେ ପଡ଼ିଥିବା ମାଟି ତାଙ୍କ ଟ୍ରାଉଜର୍‌ରେ ଲାଗି ଯାଇଥିଲା। ଏହି ସମୟରେ ତାଙ୍କ ପାଖରେ ଥିବା ଗନ୍‌ମ୍ୟାନ୍‌ ତୁରନ୍ତ ଏକ ରୁମାଲ୍‌ରେ ଟ୍ରାଉଜର୍‌ରେ ଲାଗିଥିବା ମାଟି ସଫା କରିବାକୁ ଉଦ୍ୟମ କରିଥିଲେ।

ପରମେଶ୍ୱର ଏହାକୁ ମନା କରିବା ବଦଳରେ ବେଶ ଆରମ୍‌ରେ ସଫା କରିବାକୁ କହିଥିଲା। ଗନ୍‌ମ୍ୟାନ୍‌ ଜଣଙ୍କ ମଧ୍ୟ ତଳେ ନଇଁ ପଡ଼ି ମନ୍ତ୍ରୀଙ୍କ ଟ୍ରାଉଜର୍‌ ସଫା କରିଥିଲେ। ଏହି ଘଟଣା ବେଳର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଅନେକ ଏହାକୁ ମନ୍ତ୍ରୀ ରାଜର ଉଦାହରଣ କହି ପରମେଶ୍ୱରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।



from Odisha Reporter https://ift.tt/2Q7t3B9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages