
ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଦୁଇ ଜଣ ପୁରୁଷ ସମଲିଙ୍ଗୀଙ୍କ ଦୀର୍ଘଦିନ ଧରି ଯୌନ ସମ୍ପର୍କ ରହି ଆସିଥିଲା। ହେଲେ ବୁଧବାର ଏହି ଦୁଇ ଗେ’ ପାର୍ଟନରଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ ସହ ସେକ୍ସ କରିବାକୁ ମନା କରି ଦେଇଥିଲେ। ପାର୍ଟନର୍ଙ୍କୁ ବାରମ୍ବାର ନିବେଦନ କରି ବିଫଳ ହେବାରୁ ଅନ୍ୟଜଣଙ୍କ ଉତ୍ତ୍ୟକ୍ତ ହୋଇ ପାର୍ଟନର୍ଙ୍କୁ ଛୁରୀରେ ଆକ୍ରମଣ କରି ଗୁରୁତର ଆହତ କରିଦେଇଛନ୍ତି।
ପୁଲିସ୍ ୩୦୭ ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତ ଆକ୍ରମଣକାରୀ ପାର୍ଟନର୍ଙ୍କୁ ଗିରଫ କରିଛି।
ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଣେ ୨୩ ବର୍ଷୀୟ ଯୁବକ ଓ ୪୬ ବର୍ଷୀୟ ବ୍ୟକ୍ତିଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲାଣି ସମଲିଙ୍ଗୀ ଯୌନ ସମ୍ପର୍କ ରହିଥିଲା। ମଙ୍ଗଳବାର ରାତିରେ ୨୩ ବର୍ଷୀୟ ଯୁବକ ତାଙ୍କ ୪୬ ବର୍ଷୀୟ ପାର୍ଟନର୍ଙ୍କ ପାଖରେ ପହଞ୍ଚିଥିଲେ। ଉଭୟ ରାତିରେ ସେକ୍ସ କରିବା ସହ ଏକାଠି ରହିଥିଲେ।
ତେବେ ସକାଳୁ ୨୩ ବର୍ଷୀୟ ଯୁବକ ଜଣଙ୍କ ତାଙ୍କ ପାର୍ଟନର୍ଙ୍କୁ ପୁଣି ସେକ୍ସ କରିବାକୁ ବାଧ୍ୟ କରିଥିଲେ। କିନ୍ତୁ ଏଥିରେ ସେ ରାଜି ହୋଇ ନଥିଲେ। ବାରମ୍ବାର ନିବେଦନ କରି ୨୩ ବର୍ଷୀୟ ଯୁବକ ଜଣଙ୍କ ବିଫଳ ହେବାରୁ, ସେ ତାଙ୍କ ପାର୍ଟନର୍ଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ଖାଡକା ପୁଲିସ୍ ତାଙ୍କ ୨୩ ବର୍ଷୀୟ ପାର୍ଟନର୍ଙ୍କୁ ଗିରଫ କରିଛି।
ନିକଟରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କ ଆଉ ଅପରାଧ ନୁହେଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ଘଟଣାରେ ମରଣାନ୍ତକ ଆକ୍ରମଣ ହୋଇଥିବାରୁ ଏହାକୁ ଏକ ଗୁରୁତର ଅପରାଧ ଭାବେ ବିବେଚନା କରି ପୁଲିସ ମାମଲା ରୁଜୁ କରିଛି
from Odisha Reporter https://ift.tt/2OI5nls
No comments:
Post a Comment