ଶାହାରୁଖ୍‌ଙ୍କୁ ଟ୍ରୋଲ କରିଥିବା ୟୁଜରଙ୍କୁ କଡ଼ା ଜବାବ ଦେଲେ ସ୍ୱରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଶାହାରୁଖ୍‌ଙ୍କୁ ଟ୍ରୋଲ କରିଥିବା ୟୁଜରଙ୍କୁ କଡ଼ା ଜବାବ ଦେଲେ ସ୍ୱରା

ମୁମ୍ବାଇ: ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ନିକଟରେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ  ଏକ ଫଟୋ ଶେୟାର କରିଥିଲେ।  ଯେଉଁଥିରେ ତାଙ୍କ ପୁଅ ଅବରାମ୍‌ ଶ୍ରୀ ଗଣେଷଙ୍କ ମୂର୍ତ୍ତି ସମ୍ମୁଖରେ ହାତ ଯୋଡ଼ି ଛିଡ଼ା ହୋଇଛନ୍ତି।

ଏହି ଫଟୋକୁ ଅନେକ ଲାଇକ୍‌ କରିଥିଲେ ମଧ୍ୟ କିଛି ଲୋକ ନାପସନ୍ଦ କରିଛନ୍ତି।  ମୁସ୍‌ଲିମ୍‌ ହୋଇ ଗଣେଷ ପୂଜା ପାଳନ କରିଥିବାରୁ ଶାହାରୁଖ୍‌ଙ୍କୁ ଜମେଇକି ଟ୍ରୋଲ୍‌ ମଧ୍ୟ କରିଛନ୍ତି।

ହେଲେ ଏମିତି ଟ୍ରୋଲକୁ ସହ୍ୟ କରିପାରି ନାହାନ୍ତି ଅଭିନେତ୍ରୀ ସ୍ୱରା ଭାସ୍କର। ଟ୍ରୋଲର୍ସମାନଙ୍କୁ ସ୍ୱରା ନିଜ ଟ୍ୱିଟ୍‌ ମାଧ୍ୟମରେ କଡ଼ା ଜବାବ ଦେଇଛନ୍ତି।

ସ୍ୱରାଙ୍କ ମତରେ “ଏ କଥା ସତ ଯେ, ଅଳ୍ପସଂଖକଙ୍କ ମଧ୍ୟରେ ଅଳ୍ପ କିଛି ମୂର୍ଖ ଅଛନ୍ତି। ହେଲେ ମୂର୍ଖାମି କରିବା ବେଳେ ଆମେ ସମସ୍ତେ ଏକ ହୋଇଯାଉଛୁ।”

ସ୍ୱରାଙ୍କ ଟ୍ୱିଟ୍‌କୁ ରିଟ୍ୱିଟ୍‌ କରି ଜଣେ ୟୁଜର ଲେଖିଛନ୍ତି,  ଯାହା ଲେଖିଛନ୍ତି ସେଥିରେ ବ୍ୟାକରଣଗତ ତ୍ରୁଟି ଅଛି। ଯାହାର ଉତ୍ତର ଦେବାକୁ ଯାଇ ସ୍ୱରା ମଜାଦାର ଢଙ୍ଗରେ ଏମିତି କିଛି ଲେଖିଛନ୍ତି ଯାହାକୁ ପଢି ସମସ୍ତେ ହସୁଛନ୍ତି।

ସୂଚନା ଯୋଗ୍ୟ ଯେ, ସ୍ୱରା ଫିଲ୍ମ ‘ବିରେ ଦି ୱେଡିଂ’ରେ କରୀନା କପୁର ଓ ସୋନମ୍‌ କପୁରଙ୍କ ସହ ଅଭିନୟ କରିଥିଲେ। ଏଥିର ତାଙ୍କର ଏକ ସିନ୍‌ରେ ୟୁଜର ତାଙ୍କୁ ଟ୍ରୋଲ କରିଥିଲେ। ଆଉ ସେ ସେହି  ଆଲୋଚନା କରୁଥିବା ଲୋକଙ୍କୁ କଡ଼ା ଜବାବ ଦେଇ ସେମାନଙ୍କ ମୁହଁ ବନ୍ଦ କରିଦେଇଥିଲେ।



from Odisha Reporter https://ift.tt/2QTVNh8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages