ସ୍ତ୍ରୀ କଥା ହେଲେନି ବୋଲି ଘରେ ନିଆଁ ଲଗାଇଦେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ସ୍ତ୍ରୀ କଥା ହେଲେନି ବୋଲି ଘରେ ନିଆଁ ଲଗାଇଦେଲେ ଯୁବକ

ଚେନ୍ନାଇ: ସ୍ତ୍ରୀ କଥା ହେଉ ନ ଥିଲେ, ତେଣୁ ତାଙ୍କୁ କିଛି ଭଲ ଲାଗୁ ନ ଥିଲା। ଆଉ ଦାମ୍ପତ୍ୟ କଳହ ପରେ ଏ ପତ୍ନୀ ବିରହ ତାଙ୍କ ମୁଣ୍ଡ ବିଗାଡିଦେଲା। ଶେଷରେ ସ୍ଥିତି ଏମିତି ହେଲା ଯେ, ସବୁ ସାରିଦେଲେ ଯୁବକ ।

ଘଟଣାଟି ହେଉଛି ତାମିଲନାଡ଼ୁ ତିରୁଚୁନାପଲ୍ଲୀ ଅଞ୍ଚଳର।

ସ୍ୱାମୀ ସ୍ତ୍ରୀ ଝଗଡ଼ା ଲାଗିବା ସାଧାରଣ କଥା। କଥା କଥାକରେ ମତ ମନାନ୍ତର ହେବ ଆଉ ତା ପରେ ଯାହାକୁ ସେଇଆ। ହେଲେ କଥାଟା ଏତେ ବାଟକୁ ଚାଲିଯିବ ସେ କଥା ଆପଣ କଳ୍ପନା ବି କରି ପାରିବେନି।

ଉପରବର୍ଣ୍ଣିତ ଘଟଣା ସମ୍ପର୍କରେ ଆପଣ ଜାଣିବା ପରେ ମୁଣ୍ଡରେ ହାତ ଦେବେ।

କଥା ହେଉଛି ତାମିଲନାଡୁର ସେହି ଯୁବକ ନିଜ ପତ୍ନୀଙ୍କ ସହ କୌଣସି କାରଣରୁ ଝଗଡ଼ା କରିଥିଲେ। ପରିସ୍ଥିତି ଏମିତି ହେଲା ଯେ, ଦୁହେଁ ମୁହଁ ଫୁଲାଫୁଲି ହେଲେ ଆଉ କଥା ହେଲେନି। ଶେଷରେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ା ଚରମ ରୂପ ନେଲା।

ସ୍ତ୍ରୀ କଥା ନ ହେବାରୁ ସ୍ୱାମୀର ରାଗ ଏମିତି ମୁଣ୍ଡକୁ ଉଠିଲା ଯେ, ହନୁମାନ ଲଙ୍କାରେ ନିଆଁ ଲଗାଇବା ଭଳି ସେ ଘରେ ନିଆଁ ଲଗାଇ ଦେଲେ। ଖାଲି ଘରେ ନୁହେଁ ନିଜ ବାଇକ୍‌ ବି ଜାଳି ପକାଇଲେ।

ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

ପୁଲିସ କହଛି ଅଭିଯୁକ୍ତ ଜଣଙ୍କ କିଛି କାମ କରନ୍ତି ନାହିଁ। ହେଲେ ତାଙ୍କ ସ୍ତ୍ରୀ ଏକ ଡାକ୍ତରଖାନାରେ କାମ କରନ୍ତି। ଏହି କାରଣ ପାଇଁ କିଛିଦିନ ହେବା ଦୁହିଁଙ୍କ ଭିତରେ ମନାନ୍ତର ହୋଇଥିଲା। ଯାହାକୁ ଯୁବକ ଜଣକ ବରଦାସ୍ତ କରି ନ ପାରି ମଦ୍ୟପାନ କରି ଏମିତି କାଣ୍ଡ ଘଟାଇଛନ୍ତି। ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଘଟଣାର ଛାନଭିନ୍‌ ଜାରି ରଖିଛି।

 



from Odisha Reporter https://ift.tt/2pCBJn7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages