
ପାଟକୁରା (ମନୋଜ କୁମାର ସ୍ୱାଇଁ):ଚିଲିକାରେ ହେଲିକପ୍ଟର ଉଡ଼ାଇବା ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ। ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।
ଗରଦପୁର ବ୍ଲକ ପାଟକୁରା ପଞ୍ଚାୟତ ଜଗନ୍ନାଥପୁର ଗ୍ରାମବାସୀ ଓ ସ୍ଥାନୀୟ ରୟାଲ ୟୁଥ୍ କ୍ଲବ୍ର ସଭ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୧୫ ତାରିଖରେ ବୈଜୟନ୍ତ ହେଲିକପ୍ଟର ଯୋଗେ ଏହି ଅଞ୍ଚଳ ପରିଦର୍ଶନରେ ଆସିଥିଲେ। ସେହି ସମୟରେ ସେ ରୟାଲ ୟୁଥ୍ କ୍ଲବ୍କୁ ଆସି ଏଠାରେ ଲୋକଙ୍କ ସହ ଆଲୋଚନା କରିଥିଲେ।
ପୂର୍ବତନ ସାଂସଦଙ୍କ ବିରୋଧରେ ଚିଲିକା ଉପରେ ଉଡ଼ାଣ ଅଭିଯୋଗ ଉଦ୍ଦେଶ୍ୟମୂଳକ ଭାବେ ଅଣାଯାଇଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
from Odisha Reporter https://ift.tt/2xxoKHp
No comments:
Post a Comment