କାନ୍ଦୁଥିବା ବୋଲରଙ୍କୁ ସାନ୍ତ୍ୱନା ଦେଇ ମନ ଜିତିଲେ ଶୋଏବ ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

କାନ୍ଦୁଥିବା ବୋଲରଙ୍କୁ ସାନ୍ତ୍ୱନା ଦେଇ ମନ ଜିତିଲେ ଶୋଏବ ମାଲିକ

ଦୁବାଇ: ଶୁକ୍ରବାର ଏସିଆ କପ୍‌ ସୁପର୍‌ ଫୋର୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଆଫ୍‌ଗାନିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ଟିରେ ଆଫ୍‌ଗାନିସ୍ତାନ ପାକିସ୍ତାନ ଠାରୁ ପରାସ୍ତ ହୋଇଥିଲେ ହେଁ ଶେଷ ପର୍ଯ୍ୟନ୍ତ କଡ଼ା ସଂଘର୍ଷ କରିଥିଲା। ପାକିସ୍ତାନକୁ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଜିତିବା ଏକ ଚ୍ୟାଲେଞ୍ଜ ହୋଇ ପଡ଼ିଥିଲା।

ଏହି କ୍ଲୋଜ୍‌ ଏନ୍‌କାଉଣ୍ଟ୍‌ରରେ ପାକିସ୍ତାନର ଭେଟେରାନ୍‌ ଅଲରାଉଣ୍ଡର୍ ଶୋଏବ ମାଲିକ୍‌ ଶେଷ ଓଭରରେ ଗୋଟିଏ ୬କା ଓ ଗୋଟିଏ ୪ ମାରି ୩ଟି ବଲ୍‌ ପୂର୍ବରୁ ପାକିସ୍ତାନ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ତେବେ ଏହି ମ୍ୟାଚ୍‌ ପରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା।

ଆଫ୍‌ଗାନ୍‌ ଦଳ ପାଇଁ ଶେଷ ଓଭର ବୋଲିଂ କରୁଥିବା ଅଫତାବ ଆଲାମ୍‌ ପରାଜୟ ପରେ ପଡ଼ିଆ ମଝିରେ କାନ୍ଦି ପକାଇଥିଲେ। ଅନ୍ୟ ଆଫ୍‌ଗାନ୍‌ ଖେଳାଳିମାନେ ତାଙ୍କୁ ବୁଝାଇଥିଲେ ହେଁ ତାଙ୍କ କାନ୍ଦ ବନ୍ଦ ହୋଇ ନଥିଲା।

ଏହି ସମୟରେ ଶୋଏବ ତୁରନ୍ତ ଅଫତାବ୍‌ଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ୍‌ କରିବା ସହ ସାନ୍ତ୍ୱନା ଦେଇଥିଲେ। ତଳେ ବସି କାନ୍ଦୁଥିବା ଅଫତାବଙ୍କୁ ସୋଏବ କିଛି ସମୟ ବୁଝାଇବା ପରେ ତାଙ୍କ କାନ୍ଦ ବନ୍ଦ ହୋଇଥିଲା।

ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଶୋଏବଙ୍କ ଏଭଳି ଉଦାର ଓ ସ୍ନେହୀ ଆଚରଣକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଏହି ମ୍ୟାଚ୍‌ରେ ଶୋଏବ ୪୩ଟି ବଲ୍‌ରେ ୫୧ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳି ଶେଷ ପର୍ଯ୍ୟନ୍ତ ନଟ୍‌ ଆଉଟ୍‌ ରହିଥିଲେ। ତାଙ୍କୁ ମ୍ୟାନ୍‌ ଅଫି ଦି ମ୍ୟାଚ୍‌ ବିବେଚନା କରାଯାଇଥିଲା।



from Odisha Reporter https://ift.tt/2I3JMBv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages