ମେଡିକାଲ୍‌ରେ ଆଈ ହାତରୁ ନାତୁଣୀକୁ ନେଇଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ମେଡିକାଲ୍‌ରେ ଆଈ ହାତରୁ ନାତୁଣୀକୁ ନେଇଗଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନବଜାତ ନାତୁଣୀକୁ ଟୀକା ଦେବାକୁ ନେଇଥିଲେ ଆଈ। ହେଲେ ଧରିବାର ବାହାନା କରି ଜଣେ ମହିଳା ମେଡିକାଲରୁ ନାତୁଣୀକୁ ନେଇଗଲା। ଆଜି ଏମିତି ଅଭିଯୋଗ ବ୍ରହ୍ମପୁର ବଡ଼ ମେଡିକାଲରୁ ଆସିଛି।

ପୂରା ଘଟଣା ଏମିତି। କବିସୂର୍ଯ୍ୟନଗର ବ୍ଲକ ରାମତାନରୟଣପୁର ଗାଁ ଭିକାରି ନାଏକଙ୍କ ସ୍ତ୍ରୀ ଜତି ଗତକାଲି ପୁରୁଷୋତ୍ତମପୁର ମେଡ଼ିକାଲରେ ପିଲା ଜନ୍ମ କରିଥିଲେ। ପରେ ଜତିଙ୍କୁ ଜ୍ୱର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ପ୍ରସୂତି ୱାର୍ଡ଼ର ଏଲ୍‌-୧୯ ବେଡ୍‌ରେ ଚିକିତ୍ସା କରାଯାଉଥିଲା।

ଆଜି ସକାଳେ ଜତିଙ୍କ ମାଆ ଗୁରୁବାରୀ ନବଜାତ ଶିଶୁକୁ ଧରି ଟୀକା ଦେବାକୁ ନେଇଥିଲେ। ତେବେ ଛିଡ଼ା ହେବାରେ ଅସୁବିଧା ହେବାରୁ ଗୁରୁବାରୀ ତାଙ୍କ ପଛରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ମହିଳାଙ୍କୁ ଛୁଆ ଦେଇ ଟିକେଟ୍‌ କରିବାକୁ ଯାଇଥିଲେ। ସେ ଟିକେଟ୍‌ କରି ଆସି ଦେଖନ୍ତି, ସମ୍ପୃକ୍ତ ମହିଳା ସେଠାରେ ନାହିଁ। ପରେ ସେ ତାଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ।

ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଶିଶୁର ପତ୍ତା ମିଳିନାହିଁ।



from Odisha Reporter https://ift.tt/2psMs3d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages