ମିଳିଲା ୧୨୦୦ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ମିଳିଲା ୧୨୦୦ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ସହର

citydevoured

ନୂଆଦିଲ୍ଲୀ: ଜିନିଷ ହେଉକି ମଣିଷ କିମ୍ବା ପାଳିତ ପଶୁପକ୍ଷୀ ନିଖୋଜ ହୋଇଯିବା କଥା ଆପଣ ଶୁଣିଥିବେ। ହେଲେ କୌଣସି ସହର ନିଖୋଜ ହୋଇଯିବା କେବେ ଶୁଣିଛନ୍ତି କି ? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ବିଶ୍ୱ ମାନଚିତ୍ରରେ ଏକଦା ସମୃଦ୍ଧିର ଉଦାହରଣ ସୃଷ୍ଟି କରିଥିବା ଏକ ସହର ଯିଏ ୧୨୦୦ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିଲା, ଏବେ ମିଳିଛି।

ଭୂମଧ୍ୟ ସାଗର ମଧ୍ୟରୁ ମିଳିଛି ଏହି ସହରର ଅବଶେଷ। ସହରଟି ହେଉଛି ଇଜିପ୍ଟର ହେରାକ୍ଲିଅନ୍‌।

seaନିଜର ପ୍ରତିଷ୍ଠା ଓ ସମୃଦ୍ଧି ପାଇଁ ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ଏହି ସହର। ହେଲେ ହଠାତ୍‌ ସହରଟିର ଚିହ୍ନବର୍ଣ୍ଣ କେଉଁଆଡେ ଉଭେଇ ଯାଇଥିଲା। ବହୁ ଲୋକ ବହୁତ ଚେଷ୍ଟା କରିଥିଲେ ଏହା ବିଷୟରେ ଜାଣିବାକୁ, ହେଲେ କେହି ଏହାର ସନ୍ଧାନ ପାଇ ନଥିଲେ।

୨୦୦୦ ମସିହାରେ ଫ୍ରାନ୍ସର ଜଣେ ସାମୁଦ୍ରିକ ପ୍ରତ୍ନତତ୍ତ୍ୱବିତ ସହରଟି ଭୂମଧ୍ୟ ସାଗରରେ ଲୀନ ହୋଇଯାଇଥିବାର ସୂଚନା ଦେଇଥିଲେ। ଏହା ପରେ ସହରକୁ ଖୋଜିବା କାମ ଆରମ୍ଭ ହୋଇଥିଲା।

ଦୀର୍ଘ ୧୮ ବର୍ଷର କଠିନ ପରିଶ୍ରମ ପରେ ସମୁଦ୍ରଗର୍ଭରେ ବୁଡ଼ି ଯାଇଥିବା ଏହି ସହରର ଧ୍ୱଂସାବଶେଷ ମିଳିବାରେ ଲାଗିଛି।

2ଇତିହାସରେ ଏହି ବନ୍ଦର ସହର ଓ ଏହାର ସୁନ୍ଦରତା ବିଷୟରେ ଉଲ୍ଲେଖ ରହିଛି। ଏବେ ସମୁଦ୍ର ଭିତରୁ ଏହାର ଅବଶେଷ ମିଳିବା ପରେ ଏହି ପ୍ରାଚୀନ ସହର ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଐତିହାସିକ ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସୂଚନା ଅନୁସାରେ ଅବୁ କ୍ୱେର ବେ’ର ଆଲେକ୍ସଆଣ୍ଡ୍ରିଆ ନିକଟରେ ଭୂମଧ୍ୟ ସାଗରର ୩୦ ଫୁଟ୍‌ ଗଭୀରତାରେ ଖୋଳା ଯିବା ପରେ ସହରର ଅବଶେଷ ମିଳିଛି। ସୁନାମି କାରଣରୁ ସହରଟି ସମୁଦ୍ର ମଧ୍ୟରେ ଲୀନ ହୋଇଯାଇଥିବା ଅନୁମାନ କରାଯାଉଛି। ଅଧିକ ଅନୁସନ୍ଧାନ ପରେ ଏହାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଭୂତତ୍ତ୍ୱବିତ୍‌ମାନେ କହୁଛନ୍ତି।

3ଏଠାରୁ ମିଳୁଥିବା ଅବଶେଷରୁ ଏହା ଜଣାପଡ଼ୁଛି, ଏହି ସହର ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଏହା ସହ ଧାର୍ମିକ ମହତ୍ତ୍ୱ ଦୃଷ୍ଟିରୁ ଏହାର ଯଥେଷ୍ଟ ଗୁରୁତ୍ୱ ଥିଲା।

ସମୁଦ୍ରଗର୍ଭରେ ଲୀନ ହୋଇଯାଇଥିବା ଏହି ସହରକୁ ନେଇ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ମଧ୍ୟ ପ୍ରସ୍ତୁତ କରାଯାଉଛି। ଏଥିରେ ଖନନ ବେଳେ ଏହି ସଭ୍ୟତା ଓ ସଂସ୍କୃତି କେମିତି ପଦାକୁ ଆସୁଛି ତାହା ଦେଖିବାକୁ ମିଳିବ।



from Odisha Reporter https://ift.tt/2zms5dF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages