କେଉଁ ଫିଲ୍ମର ଶୁଟିଂ ବେଳେ ନିର୍ଦ୍ଦେଶକଙ୍କ ଠାରୁ ଆଦୌ ଗାଳି ଶୁଣି ନାହାନ୍ତି ଅରିନ୍ଦମ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

କେଉଁ ଫିଲ୍ମର ଶୁଟିଂ ବେଳେ ନିର୍ଦ୍ଦେଶକଙ୍କ ଠାରୁ ଆଦୌ ଗାଳି ଶୁଣି ନାହାନ୍ତି ଅରିନ୍ଦମ୍‌?

arindam1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଣେ କଳାକାର ଯେତେ ଟ୍ୟାଲେଣ୍ଟେଡ୍‌ ହୁଅନ୍ତୁ ନା କାହିଁକି, ଶୁଟିଂ ସମୟରେ ବେଳେ ବେଳେ ଝୁଣ୍ଟି ପଡ଼ନ୍ତି, ଅର୍ଥାତ୍ କେବେ ଡାଏଲଗ୍ ମନେ ପଡ଼େନି ତ କେତେବେଳେ ଡ୍ୟାନ୍ସର ଷ୍ଟେପ୍ ଭୁଲି ଯାଆନ୍ତି। ଏଥିପାଇଁ ବେଳେ ବେଳେ ନିର୍ଦ୍ଦେଶକମାନେ ବିରକ୍ତ ହୁଅନ୍ତି। ଆପଣମାନେ ବି କେବେ କେଉଁଠି ଏମିତି ଖବର ପଢ଼ିଥିବେ।

ଓଲିଉଡ୍‌ର ହ୍ୟାଣ୍ଡସମ୍‌ ଅଭିନେତା ହେଉଛନ୍ତି ଅରିନ୍ଦମ୍‌ ରୟ କ’ଣ କେବେ ଏମିତି ସ୍ଥିତିର ସମ୍ମୁଖୀନ ହୋଇଛନ୍ତି? ତାଙ୍କ ଉପରେ କେବେ କୌଣସି ନିର୍ଦ୍ଦେଶକ ବିରକ୍ତ ହୋଇଛନ୍ତି ଅବା ଗାଳି ଦେଇଛନ୍ତି? ଏ ଗୁମର ସେ ନିଜେ ଖୋଲିଛନ୍ତି? ସାପ୍ତାହିକ ପତ୍ରିକା ‘ମୋ ସହର ସଂପର୍କ’କୁ ଦେଇଥିବା ଏକ ସାକ୍ଷାତକାରରେ ଅରିନ୍ଦମ୍‌ ଏ ବିଷୟରେ କହିଛନ୍ତି।

arindam3

ଏହି ପତ୍ରିକା ପକ୍ଷରୁ ତାଙ୍କୁ ପଚରା ଯାଇଥିଲା, “କେଉଁ ଫିଲ୍ମରେ ଅଭିନୟ କଲାବେଳେ ନିର୍ଦ୍ଦେଶକଙ୍କଠାରୁ ଆଦୌ ଗାଳି ଶୁଣିନାହାନ୍ତି?”

ଏହାର ଜବାବରେ ଅରିନ୍ଦମ କହିଥିଲେ,“ସେମିତି କୌଣସି ଫିଲ୍ମ ନାହିଁ, ଯେଉଁଥିରେ ନିର୍ଦ୍ଦେଶକ ମତେ ଗାଳି ଦେଇଛନ୍ତି। କାରଣ ଗାଳି ଦେଲେ କାମ ହୁଏନି। ଫିଲ୍ମ ହେଉଛି ବୁଝାମଣା, ମିଳିତ ଉଦ୍ୟମର ଫଳ। ତା’ଛଡ଼ା ଫିଲ୍ମଟିଏ ଶୁଟିଂ ପାଇଁ ଯିବା ପୂର୍ବରୁ ତା’ର କାହାଣୀ, ଚରିତ୍ର ସମ୍ବନ୍ଧରେ ନିର୍ଦ୍ଦେଶକଙ୍କ ସହ ଭଲଭାବେ ଆଲୋଚନା କରିଥାଏ।ଶୁଟିଂ ସରିବା ଯାଏ ମୁଁ ସେ ଫିଲ୍ମର ଚରିତ୍ର ଭିତରେ ନିଜକୁ ହଜାଇ ଦେଇଥାଏ। ତେଣୁ ଭୁଲ୍‌ଭାଲ୍‌ ହୁଏନି କି ବାରମ୍ବାର ଟେକ୍‌ ନେବାକୁ ପଡ଼େନି। ଗାଳି ଶୁଣିବାର ଆବଶ୍ୟକତା ବି ନଥାଏ।’’

ସୂଚନାଯୋଗ୍ୟ ନିକଟରେ ତାଙ୍କ ଫିଲ୍ମ ‘ଇସ୍କ ପୁଣି ଥରେ ରିଲିଜ୍ ହୋଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଫିଲ୍ମ ଗଣେଶ ପୂଜା ଅବସରରେ ରିଲିଜ୍ ହୋଇଥିଲା। ଏଥିରେ ବହୁ ଦିନ ପରେ ପୁଣି ଅରିନ୍ଦମ ଓ ଏଲିନା ଏକାଠି ଅଭିନୟ କରିଥିଲେ। ୨୦୧୫ରେ ଏ ଦୁହେଁ ପ୍ରଥମେ ‘ଇସ୍କ ତୁ ହି ତୁ’ରେ ଅଭିନୟ କରିଥିଲେ।



from Odisha Reporter https://ift.tt/2znijIk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages