ଆମାଜନ୍‌ ସିଇଓଙ୍କ ବଦାନ୍ୟତା: ଦାନ କରିବେ ୧୪,୫୦୦ କୋଟି ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଆମାଜନ୍‌ ସିଇଓଙ୍କ ବଦାନ୍ୟତା: ଦାନ କରିବେ ୧୪,୫୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଆମାଜନ୍‌ର ସିଇଓ ଜେଫ୍‌ ବେଜେସ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ୨ ଅରବ ଡଲାର(ପ୍ରାୟ ୧୪,୫୦୦ କୋଟି) ଟଙ୍କା ଦାନ କରିବାକୁ ସ୍ଥିର କରିଛନ୍ତି। ତେଣୁ ସେ ଏକ ଫଣ୍ଡ୍‌ ଆରମ୍ଭ କରିଛନ୍ତି। ଏଥିରେ  ବାସହୀନ ପରିବାର ଓ ଗରିବ ପିଲାଙ୍କୁ ସାହାଯ୍ୟ କରାଯିବ।

ଏହି ଫଣ୍ଡକୁ ‘ଡେ ୧ ଫେମିଲିଜ୍‌ ଫଣ୍ଡ୍‌ ଓ ଡେ ୧ ଏକାଡେମୀ ଫଣ୍ଡ୍‌’ ନାମରେ ଦୁଇଟି ବିଭାଗରେ ଭାଗ କରାଯିବ। ଏନେଇ ବେଜେସ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି,“  ଡେ୧ ଫଣ୍ଡ୍ ଘୋଷଣା କରି  ମୁଁ ବହୁତ  ଖୁସି ଅନୁଭବ କରୁଛି।  ଏହାଦ୍ୱାରା ଦୁଇଟି ମୁଖ୍ୟ କ୍ଷେତ୍ର ଉପରେ ଫୋକସ୍ କରାଯିବ। ‘ଡେ ୧ ଫେମିଲିଜ୍‌ ଫଣ୍ଡ୍‌’ ଦ୍ୱାରା  ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବ ସଂସ୍ଥାକୁ ସାହାଯ୍ୟ କରାଯିବ ଓ ‘ଡେ୧ ଏକାଡେମୀ ଫଣ୍ଡ’ ଦ୍ୱାରା  ପ୍ରି-ସ୍କୁଲ୍‌ ନେଟୱାର୍କ ଖୋଲାଯିବ।”

ସୂଚନାଯୋଗ୍ୟ, ଆମାଜନ୍‌ର ସିଇଓଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି୧୬୦ ଅରବ ଡଲାରରୁ ଅଧିକ। ଫୋବର୍ସ ରିପୋର୍ଟ ଅନୁସାରେ ବେଜେସ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି।



from Odisha Reporter https://ift.tt/2MvWutk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages