
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ କାଳିଆଘାଇ ଗାଁରେ ଜଣେ ଶିଶୁ ପାଣି ଭାବି ଡିଜେଲ ପିଇ ଦେଇଛି। ଡାକ୍ତରଖାନାରେ ତାର ମୃତ୍ୟୁ ଘଟିଛି। ମୃତ ଶିଶୁର ନାଁ ଅରୁଣ କୁମାର ରେଡ୍ଡି। ତାର ବୟସ ୫ ବର୍ଷ।
ଅରୁଣ ଅଜା ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ପାଣି ଭାବି ଘରେ ରଖାଯାଇଥିବା ଡିଜେଲ୍ ପିଇ ଦେଇଥିଲେ।
କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। ତାଙ୍କୁ ପ୍ରଥମେ ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତା’ର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/2CT1E3l
No comments:
Post a Comment