ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଗୁଳି ଫୁଟାଇ ଲୁଟିନେଲେ ୧୯ ଲକ୍ଷ ଟଙ୍କା

ବଲାଙ୍ଗିର (ସସ୍ମିତା ସାହୁ): ଦିନ ଦ୍ୱିପହରରେ ବନ୍ଧୁକ ମୁନରେ ଲୁଟିନେଲେ ୧୯ ଲକ୍ଷ ଟଙ୍କା। ଆଜି ଏମିତି ଘଟଣା ବଲାଙ୍ଗିର ଦେଓଗାଁର ବଙ୍ଗଳା ଛକ ନିକଟରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତୁଷୁରା ଆନ୍ଧ୍ର ବ୍ୟାଙ୍କରୁ ବନ୍ଧପଡ଼ା ବ୍ୟାଙ୍କକୁ କ୍ୟାସିୟର ଓ ପିଅନ ମାରୁତି କାର୍‌ରେ ୧୯ ଲକ୍ଷ ଟଙ୍କା ନେଇ ଯାଉଥିଲେ। ବଙ୍ଗଳା ଛକ ନିକଟରେ ୩ ଜଣ ଯୁବକ ଏକ ବାଇକ୍‌ରେ ଆସି କାର୍‌ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ଚାଳକ ଅନ୍ତର୍ଯ୍ୟାମୀ ଘଡ଼େଇ ଗାଡ଼ି ଅଟକାଇବା କ୍ଷଣି, ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ଧରି ଚମ୍ପଟ ମାରିଥିଲେ।

ଅନ୍ତର୍ଯ୍ୟାମୀଙ୍କୁ ବଲାଙ୍ଗିର ଜିଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି।



from Odisha Reporter https://ift.tt/2MiIIKE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages