
ମାଇଗ୍ରେନ୍ ହେଉଛି ମୁଣ୍ଡ ବିନ୍ଧାର ଲକ୍ଷ୍ୟଣ। ଏହି ରୋଗ ଦୀର୍ଘ ସମୟ ଧରି ଲାଗି ରହିଥାଏ। ବାରମ୍ବାର ମୁଣ୍ଡ ବିନ୍ଧି ଥାଏ। ଏହା ବେଳେ ବେଳେ ଭୟଙ୍କର ମଧ୍ୟ ହୋଇପାରେ। ଥରେ ଏହି ରୋଗ ବାହାରିଲେ ୨-୩ଦିନ ଧରି ଲାଗିରହେ। ମାଇଗ୍ରେନ୍ ହେଉଛି ଏକ ନିୟୋରୋଲୋଜି ସ୍ଥିତି। ଯାହା କାନ, ଆଖି ଏବଂ କପାଳରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ବିଶେଷ କରି ପୁରୁଷମାନେ ଏହି ରୋଗରେ ବେଶୀ ଶିକାର ହୋଇଥାଆନ୍ତି। ଯଦି ଆପଣଙ୍କୁ ଭଲ ନିଦ ନହେଉଛି କିମ୍ବା ଆବଶ୍ୟକ ବିଶ୍ରାମ ନ ନେଉଛନ୍ତି ତେବେ ମାଇଗ୍ରେନ୍ ସମସ୍ୟା ସୃଷ୍ଟି ହୋଇଥାଏ। ଏହି ରୋଗରୁ କେମିତି ପାଇବେ ଉପଶମ ଆସନ୍ତୁ ଜାଣିବା।
୧-ଅଙ୍ଗୁର ଜୁସ୍
ପ୍ରତିଦିନ ୨ଥର ଅଙ୍ଗୁର ଜୁସ୍ ପିଅନ୍ତୁ । ଏଥିରେ ଫାଇବର ,ଭିଟାମିନ୍ ‘ଏ’ ଏବଂ ‘ସି’ ରହିଛି। ଯେଉଁଥିରେ ବହୁ ପରିମାଣରେ କାର୍ବୋ ହାଇଡ୍ରେଟ୍ ରହିଛି। ଆପଣଙ୍କୁ ଏହି ରୋଗରୁ ଆଶ୍ୱସ୍ଥି ମିଳିପାରେ। ଏହା ସବୁଠାରୁ ଏକ ଭଲ ଘରୋଇ ଉପଚାର।
୨-ଅଦରକ୍
ସେହିପରି ଆୟୁର୍ବେଦିକ୍ରେ ଆଉ ଏକ ଉପଚାର ହେଉଛି ଅଦରକ୍ । ଆପଣ ଚାହା, ଲେମ୍ବୁରେ ଅଦରକ୍ ରସ ମିଶାଇ ପିଇପାରିବେ।
୩-ଡାଲଚିନି
ମାଇଗ୍ରେନ୍ ଯନ୍ତ୍ରଣାରୁ ଉପଶମ ପାଇଁ ପାଣିରେ କିଛି ଡାଲଚିନି ମିଶାଇ ଏହାକୁ ବାଟି ମୁଣ୍ଡରେ ଲଗାନ୍ତୁ। ଆଉ ୩୦ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଦୈନିକ ଏହି ପ୍ରକ୍ରିୟା କଲେ ଉକ୍ତ ସମସ୍ୟାରୁ ମୁକୁଳିପାରିବେ।
୪-ଅଧିକ ଲାଇଟ୍ ଠାରୁ ଦୂରେଇ ରୁହନ୍ତୁ: ମାଇଗ୍ରେନ୍ ରୋଗୀମାନେ ଅଧିକ ଆଲୋକଠାରୁ ଦୂରେଇ ରହିବା ଉଚିତ୍।
from Odisha Reporter https://ift.tt/2OpbDP6
No comments:
Post a Comment