ପୋଲାଣ୍ଡ ବକ୍ସିଂ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ସରିତାଙ୍କୁ ବ୍ରୋଞ୍ଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 15, 2018

ପୋଲାଣ୍ଡ ବକ୍ସିଂ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ସରିତାଙ୍କୁ ବ୍ରୋଞ୍ଜ୍‌

ନୂଆଦିଲ୍ଲୀ: ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତି ଯୋଗୁ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ତଥା ଭାରତର ଷ୍ଟାର ବକ୍ସର ଏଲ୍ ସରିତା ଦେବୀ (୬୦ କେଜି) ଚଳିତ ୧୩ତମ ସିଲେସିଆନ୍ ଓପନ୍ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ସେମିଫାଇନାଲ୍‌ରେ ସରିତା ତାଙ୍କ କଜାଖସ୍ତାନ ପ୍ରତିପକ୍ଷ କାରିନା ଇବ୍ରାଗିମୋଭାଙ୍କଠାରୁ ୦-୫ରେ ସିଧାସଳଖ ପରାସ୍ତ ହୋଇଛନ୍ତି।

ତେବେ ସରିତାଙ୍କ ବିପକ୍ଷରେ ଯାଇଥିବା ଏହି ଏକପାଖିଆ ନିଷ୍ପତ୍ତିକୁ ଟିମ୍‌ ସହ ପୋଲାଣ୍ଡ ଯାଇଥିବା ଜଣେ ଭାରତୀୟ କୋଚ୍ ବିରୋଧ କରିଛନ୍ତି। କୋଚ୍ ଜଣକ କହିଛନ୍ତି, ମ୍ୟାଚ୍‌ର ଅମ୍ପାୟରମାନେ ପକ୍ଷପାତିତା କରିଛନ୍ତି। ସରିତା ମୁକାବିଲାରେ ଭଲ ସ୍ଥିତିରେ ଥିଲେ, କିନ୍ତୁ ଅମ୍ପାୟର ତାଙ୍କ ସପକ୍ଷରେ ନିଷ୍ପତ୍ତି ଶୁଣାଇନଥିଲେ।

ସେଠାକାର ଦର୍ଶକ ମଧ୍ୟ ସରିତାଙ୍କ ପ୍ରଦର୍ଶନକୁ ସମର୍ଥନ ଦେଇଥିଲେ, କିନ୍ତୁ ଅମ୍ପାୟରମାନେ ଜାଣିଶୁଣି ସରିତାଙ୍କ ବିପକ୍ଷରେ ନିଷ୍ପତ୍ତି ଦେଇଥିବା କୋଚ୍ ଜଣକ କହିଛନ୍ତି ।

ସେହିପରି ଭାରତର ଲୋଭଲିନା ତାଙ୍କ ସେମିଫାଇନାଲ୍‌ ମୁକାବିଲାରେ ପୋଲାଣ୍ଡର କାରୋଲିନା କୋଜେସ୍କାଙ୍କଠାରୁ ୧-୪ରେ ପରାସ୍ତ ହୋଇଥିଲେ। ଅନ୍ୟତମ ବକ୍ସର ପୂଜା ମଧ୍ୟ ଘରୋଇ ଫେଭରିଟ୍ ଆଗାଥା କାଜମାର୍ସ୍କାଙ୍କ ନିକଟରୁ ୨-୩ରେ ହାରିଯାଇଛନ୍ତି।

ତେବେ ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ବକ୍ସରମାନେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଜୁନିୟର ବକ୍ସରମାନେ ୬ ସ୍ୱର୍ଣ୍ଣ, ୬ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ସହ ମୋଟ ୧୩ଟି ପଦକ ଜିତିଛନ୍ତି।



from Odisha Reporter https://ift.tt/2xlGoND

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages