ଠାକୁର ଦର୍ଶନ ନୋହିଲା, ଘାଟିରୁ ବସ୍‌ ଖସି ୫୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଠାକୁର ଦର୍ଶନ ନୋହିଲା, ଘାଟିରୁ ବସ୍‌ ଖସି ୫୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ହାଇଦ୍ରାବାଦ୍‌: ପାହାଡ଼ ଉପରେ ଥିବା ଶ୍ରୀ ଅଞ୍ଜନେୟ ସ୍ୱାମୀଙ୍କୁ ଦର୍ଶନ କରିବାକୁ ପାଖାପାଖି ୮୭ ଜଣ ଶ୍ରଦ୍ଧାଳୁ ଗୋଟିଏ ବସ୍‌ରେ ଯାଉଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ବସ୍‌ଟି ପାହାଡ଼ ଉପରକୁ ଉଠୁଥିବା ବେଳେ ହଠାତ୍‌ ଏହାର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା ଏବଂ ଏହା ଘାଟି ତଳକୁ ଖସି ପଡ଼ିଥିଲା। 
 
ଆଜି ବସ୍‌ଟି ଶ୍ରଦ୍ଧାଳୁଙ୍କୁ ନେଇ ଶ୍ରୀ ଅଞ୍ଜନେୟ ସ୍ୱାମୀ ମନ୍ଦିରକୁ ଯାଉଥିବା ବେଳେ ଦିନ ପ୍ରାୟ ୧୧.୪୫ରେ ଶନିଭରପାଟ୍‌ ଗାଁ ନିକଟ ପାହଡ଼ ଉପରେ ଏଭଳି ଘଟଣା ଘଟିଛି। ବସ୍‌ଟି ଘାଟିରୁ ତଳକୁ ଖସିବା ପୂର୍ବରୁ ୪ ଥର ରାସ୍ତାରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩୨ ଜଣଙ୍କ ମୃତ୍ୟୁ ହୋଇଥିଲା।  
 
ଦୁର୍ଘଟଣା ପରେ ପ୍ରଥମେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଏହାପରେ ପୁଲିସ୍‌ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଦୁର୍ଘଟଣାଗ୍ରସ୍ତ ବସ୍‌ ମଧ୍ୟରୁ ବାହାର କରିଥିଲେ। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ଜଣାପଡ଼ିଛି।
ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୫୨ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ପାଖାପାଖି ୪୦ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି।
 
 ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ତେଲେଙ୍ଗାନାର ଜଗତାୟଲ୍‌ ଜିଲ୍ଲା ଅନ୍ତର୍ଗତ କୋଣ୍ଡାଗାଟ୍ଟୁ ଠାରେ ଘଟିଛି। ବସ୍‌ଟି ତେଲେଙ୍ଗାନା ସରକାରଙ୍କ ସଡ଼କ ପରିବହନ ବିଭାଗ ଅଧୀନରେ ଚଳାଚଳ  କରୁଥିଲା।
 
ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। 


from Odisha Reporter https://ift.tt/2OdrGj2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages