
ନୂଆଦିଲ୍ଲୀ: ଦିଲ୍ଲୀର ଏକ ସ୍କୁଲରେ ଜଣେ ୩ ବର୍ଷୀୟ ଶିଶୁ ଦୁଷ୍କର୍ମର ଶିକାର ହୋଇଛି। କିନ୍ତୁ ପୁଲିସ୍ ପୀଡ଼ିତାଙ୍କ ବାପାମା’ଙ୍କ କଥା ଶୁଣିଲା ନାହିଁ। ଫଳରେ ସେମାନେ ବାଧ୍ୟ ହୋଇ ନିଜ ଝିଅ ସହ ଘଟିଥିବା ଘଟଣା ସମ୍ପର୍କରେ ଫେସ୍ବୁକ୍ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି। ଫେସବୁକ୍ରେ ପୀଡ଼ିତାଙ୍କ ମା’ ହାତ ଯୋଡ଼ି ସମସ୍ତଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି।
ଫେସବୁକ୍ରେ ଅପ୍ଲୋଡ୍ ହୋଇଥିବା ଭିଡିଓ ଅନୁଯାୟୀ, ଗତ ସପ୍ତାହରେ ଶିଶୁ କନ୍ୟାଟି ଉତ୍ତର ଦିଲ୍ଲୀରେ ଥିବା ତା’ ସ୍କୁଲରୁ ଫେରିବା ପରେ ମା’ ଝିଅଟିର ଗୁପ୍ତାଙ୍ଗରୁ ରକ୍ତ ବାହାରୁ ଥିବା ଦେଖିବାକୁ ପାଇଲେ। ଏହାପରେ ବାପା ମା’ ମିଶି ତାଙ୍କୁ ସ୍ଥାନୀୟ ଏକ କ୍ଲିନିକ୍କୁ ନେଇଥିଲେ। ସେଠାରେ ଡାକ୍ତର ଜଣଙ୍କ ଶିଶୁଟିକୁ ଯୌନ ନିର୍ଯାତନା ଦିଆଯାଇଥିବା କହିଥିଲେ।
ଏହାପରେ ପୀଡ଼ିତାଙ୍କ ବାପା ମା’ ପୁଲିସ୍ର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍ ସେମାନଙ୍କ ଅଭିଯୋଗକୁ ଶୁଣିବା ପରିବର୍ତ୍ତେ ସ୍କୁଲକୁ ସମର୍ଥନ କରିବା ଭଳି କଥା କହିଥିଲା। ଏପରି କି, ପୀଡ଼ିତାଙ୍କ ବାପାମା’ ଦେଇଥିବା ଏଫ୍ଆଇଆର୍କୁ ମଧ୍ୟ ପୁଲିସ୍ ଗ୍ରହଣ କରିନଥିଲା।
ତେଣୁ ବାଧ୍ୟ ହୋଇ ସେମାନେ ଫେସ୍ବୁକ୍ରେ ପୂରା ଘଟଣା ସମ୍ପର୍କରେ ସମସ୍ତଙ୍କୁ ଅବଗତ କଲେ ବୋଲି ପୀଡ଼ିତାଙ୍କ ବାପା ଫେସ୍ବୁକ୍ରେ ଅପ୍ଲୋଡ୍ କରିଥିବା ଏକ ଭିଡିଓରେ କହିଛନ୍ତି।
ଏହି ଘଟଣା ପରେ ପୁଲିସ୍ କହିଛି, ଅଭିଯୋଗ ପାଇବା ପରେ ଆମେ ସ୍କୁଲ ଯାଇ ସିସିଟିଭି ଯାଞ୍ଚ କରିଥିଲୁ। କିନ୍ତୁ ଶିଶୁଟିକୁ ସ୍କୁଲରେ ନିର୍ଯାତନା ଦିଆଯାଇଥିବା ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ। ଫେସ୍ବୁକ୍ରେ ଏହି ଭିଡିଓ ଭାଇରାଲ୍ ହେବା ପରେ ପୀଡ଼ିତାଙ୍କ ବାପା ମା’ଙ୍କ ସହ ୨୦୦ରୁ ଅଧିକ ଲୋକ ମଙ୍ଗଳବାର ସ୍କୁଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନ୍ୟାୟ ଦାବି କରିଛନ୍ତି।
ପୂର୍ବରୁ ମଧ୍ୟ ସ୍କୁଲରେ ଝିଅଟିକୁ ମାଡ଼ ମରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
from Odisha Reporter https://ift.tt/2O8L1Sf
No comments:
Post a Comment