
ଶିମଲା: ବହୁଚର୍ଚ୍ଚିତ ୨୦୧୪ ମସିହା ୪ ବର୍ଷର ଶିଶୁପୁତ୍ର ହତ୍ୟାକାଣ୍ଡରେ ଆଜି ଶିମଲା ସେସନ୍ସ କୋର୍ଟ ୩ ଜଣ ଯୁବକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତମାସରେ ସେସନ୍ସ କୋର୍ଟ ଚାନ୍ଦ୍ରେ ଶର୍ମା, ବିକ୍ରାନ୍ତ ବାଖ୍ସି ଓ ତେଜିନ୍ଦର ସିଂହକୁ ଏହି ହତ୍ୟାକାଣ୍ଡ ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ।
ଏହି ୩ଜଣ ୪ ବର୍ଷୀୟ ୟୁଗ ଗୁପ୍ତାଙ୍କୁ ଶିମଲାର ଏକ ଜନଗହଳିପୂର୍ଣ୍ଣ ମାର୍କେଟରୁ ଅପହରଣ କରିବା ପରେ ହତ୍ୟା କରିଥିଲେ। ୨୦୧୪ ମସିହା ଜୁନ୍ ୧୪ରେ ଏହି ଅପହରଣ ଓ ହତ୍ୟା ଘଟଣା ଘଟିଥିଲା। ଅପହରଣକାରୀମାନେ ୟୁଗଙ୍କୁ ୭ ଦିନ କାଳ ପଣବନ୍ଦୀ ରଖିବା ସହ ନାନା ପ୍ରକାରର ନିର୍ଯାତନା ଦେଇଥିଲେ।
ଏପରି କି ସେମାନେ ୟୁଗଙ୍କୁ ମଦ ମଧ୍ୟ ପିଆଇଥିଲେ। ପରେ ସେମାନେ ୟୁଗର ଶରୀରକୁ ନିର୍ମମ ଭାବେ ଏକ ପଥରରେ ଛେଚିବା ପରେ ତାଙ୍କୁ ଅର୍ଦ୍ଧମୃତ ଅବସ୍ଥାରେ ପାଣି ଟାଙ୍କିରେ ଫୋପାଡ଼ି ଦେଇଥିଲେ। କିନ୍ତୁ ଶିଶୁପୁତ୍ର ୟୁଗଙ୍କ ମୃତଦେହ ୨ ବର୍ଷ ପରେ ଠାବ ହୋଇଥିଲା।
ୟୁଗଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ପରିବାର ଲୋକଙ୍କୁ ୩.୬ କୋଟି ଟଙ୍କା ଦେବାକୁ ଚିଠି ମିଳିଥିଲା। ପୁଲିସ୍ ଏହି ଚିଠିକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା।
ପୁଲିସ୍ ବିକ୍ରାନ୍ତ ବାଖ୍ସି ନାମକ ଜଣେ ଅଭିଯୁକ୍ତଙ୍କୁ ଜେରା କରିବା ପରେ ୨୦୧୬ ଅଗଷ୍ଟ ମାସରେ ୟୁଗଙ୍କ ଗଳିତ ମୃତଦେହ ଜବତ କରିଥିଲା। ଏହି ଘଟଣାକୁ ନେଇ ଶିମଲାରେ ବ୍ୟାପକ ଜନ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶିତ ହେବା ସହ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି କରାଯାଇଥିଲା।
from Odisha Reporter https://ift.tt/2oFxp5T
No comments:
Post a Comment