ରାଜୀବଙ୍କ ସେହି ବୟାନ ଆଜି ବି କଂଗ୍ରେସକୁ ଡରାଏ, ପଢ଼ନ୍ତୁ ଇନ୍ଧିରାଙ୍କ ମୃତ୍ୟୁ ପରେ କ’ଣ ଥିଲା ସେହି ଭାଷଣ  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ରାଜୀବଙ୍କ ସେହି ବୟାନ ଆଜି ବି କଂଗ୍ରେସକୁ ଡରାଏ, ପଢ଼ନ୍ତୁ ଇନ୍ଧିରାଙ୍କ ମୃତ୍ୟୁ ପରେ କ’ଣ ଥିଲା ସେହି ଭାଷଣ 

ନୂଆଦିଲ୍ଲୀ: ୧୯୮୪ ମସିହାରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଦେଶର ରାଜନୀତିରେ ଏକପ୍ରକାର ଝଡ଼ ସୃଷ୍ଟି ହୋଇଥିଲା। ସେତେବେଳେ ଦେଶବ୍ୟାପୀ  ଇନ୍ଦିରା ସପକ୍ଷ ହାୱା ବହୁଥିଲା।  କଂଗ୍ରେସ ଏହାର ଫାଇଦା ଉଠାଇବା ପାଇଁ ଏବଂ ଅନୁକମ୍ପାମୂଳକ ଭୋଟ୍‌ ହାତେଇବା ଲକ୍ଷ୍ୟରେ ରହିଲା। ତେଣୁ କଂଗ୍ରେସରେ ମଙ୍ଗ ସମ୍ଭାଳିବା ପାଇଁ ରାଜୀବ ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ଦଳ ଅନୁଭବ କରିଥିଲା। ପରେ ରାଜୀବ ଦଳର ସର୍ବସମ୍ମତ ନେତା ହୋଇଥିଲେ ଏବଂ ପାଇଲଟ କ୍ୟାରିଅରକୁ ଛାଡ଼ି ରାଜନୀତିର ପାଦ ଥାପିଥିଲେ।  ତଥାପି ସେତେବେଳକୁ ଦିଲ୍ଲୀର ଶିଖ୍ ବିରୋଧୀ ଦଙ୍ଗା ଥମି ନ ଥାଏ।

ଇନ୍ଧିରା ଗାନ୍ଧିଙ୍କ ମୃତ୍ୟୁର ୧୫ ଦିନ ପରେ ତାଙ୍କର ପ୍ରଥମ ଜନ୍ମଦିନ ପଡ଼ିଥିଲା। ସେ ସମୟରେ ଇନ୍ଧିରାଗାନ୍ଧୀଙ୍କ ଜନ୍ମଦିନ ପୂରା ରୀତିନୀତି ସହ ପାଳନ ହେବ ବୋଲି ରାଜୀବ ଗାନ୍ଧି ଘୋଷଣା କରିଦେଲେ। ଇଏ ସେହି ସମୟ ଥିଲା ଯେତେବେଳେ ଇଣ୍ଡିଆ ଗେଟ ନିକଟରେ ଥିବା  ବୋଟ୍‌ କ୍ଲବଟି ରାଜନୀତିର କେନ୍ଦ୍ରସ୍ଥଳ ଥିଲା। ଆଉ ସେହି ମୈଦାନରେ ଇନ୍ଦିରା ଗାନ୍ଧିଙ୍କ ଜନ୍ମଦିନ ଖୁବ୍‌ ଜୋରସୋରରେ ପାଳନ କରାଯାଉ ଥିଲା।

ସେଦିନ ପ୍ରଥମଥର ପାଇଁ କୌଣସି ଏକ ସାଧାରଣ ସଭାରେ ରାଜୀବ ଗାନ୍ଧି ଭାଷଣ ଦେବାକୁ ଯାଉଥିଲେ। ଏଥିପାଇଁ ଏକ ରାଲିର ମଧ୍ୟ ଆୟୋଜନ କରାଯାଇଥିଲା। ଏହାକର  ପ୍ରସ୍ତୁତି ନିମନ୍ତେ କଂଗ୍ରେସ କେଉଁଥିରେ ଅଭାବ ରଖି ନଥିଲା।  ସେଦିନ ସେହି ବୋଟ୍‌ କ୍ଲବ ଖୁବ୍ ଗହଳଚହଳ ହୋଇଥିଲା। ସବୁ ରାଜନୀତିକ ଦଳ ଠାରୁ ଆରମ୍ଭ କରି ସମଗ୍ର ଦେଶର ନଜର ରାଜୀବ ଗାନ୍ଧିଙ୍କ ଉପରେ ଥିଲା। ଜନସମୁଦ୍ରରେ ସଭାସ୍ଥଳ ଭରି ଯାଇଥିଲା।

ରାଜୀବ ମଞ୍ଚକୁ ଗଲେ। ସେ କହିଥିଲେ ଯେ, ୪ ଦଶନ୍ଧି ପରେ ମଧ୍ୟ ଆଜି ବି କଂଗ୍ରେସର ସ୍ଥିତି ଶୀର୍ଷ ସ୍ଥାନରେ ଅପରିର୍ତ୍ତିତ ରହିଛି। ସେହି ସଭାରେ ରାଜୀବଙ୍କ ଭାଷଣ କେବଳ ଇନ୍ଧିରା ଗାନ୍ଧିଙ୍କ ହତ୍ୟା  ଉପରେ ପର୍ଯ୍ୟବସିତ ଥିଲା। କିନ୍ତୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ଶିଖ୍‌ ବିରୋଧୀ ଦଙ୍ଗା ଉପରେ ପଦେ କହି ନଥିଲେ ରାଜୀବ।

ମନୋଜ ମିଟ୍ଟା ଏବଂ ଏଚ୍‌ଏସ୍‌ ଫୁଲ୍‌କାଙ୍କ ରଚିତ ‘When a Tree Shook Delhi’ ବହିରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି। ସେଥିରେ ଲେଖାଯାଇଛି ଯେ,  ବୋଟ୍‌ କ୍ଲବରେ ଭାଷଣ ଦେଇ ରାଜୀବ କହିଥିଲେ ଯେ, କ୍ରୋଧ ଏବଂ ରାଗରେ ନିଆଯାଉଥିବା  ଯେକୌଣସି ନିର୍ଣ୍ଣୟ ବା ପଦକ୍ଷେପ  ଦେଶ ପାଇଁ ଘାତକ ହେବ। ବେଳେ ବେଳେ ଆମ ଜାଣତରେ ହେଉ କି ଅଜାଣତରେ ଆମେ କ୍ରୋଧରେ ଜର୍ଜରିତ ହୋଇ ପ୍ରତିଶୋଧ ପାଇଁ ଏମିତି ଲୋକଙ୍କୁ ସାହାଯ୍ୟ କରୁ ଯିଏ ଦେଶର ବିଭାଜନ ଚାହାନ୍ତି। ଆମ ସମସ୍ତଙ୍କୁ ଜଣା ଯେ, ଲୋକଙ୍କ ଭିତରେ କେତେ କ୍ରୋଧ ଅଛି।  କିନ୍ତୁ ଯେତେବେଳେ ଏକ ବିରାଟ ବୃକ୍ଷ ଗଡ଼େ ସେତେବେଳେ ଧରିତ୍ରୀ ମଧ୍ୟ ଥରିଯାଏ।

ଏହି ବୟାନ୍ ପରେ ଶିଖ୍‌ ସମୁଦାୟର ରାଜୀବ ଗାନ୍ଧିଙ୍କ ପ୍ରତି ଅସନ୍ତୋଷ ବଢିଥିଲା। ଦଙ୍ଗାକାରୀଙ୍କ ପ୍ରତି ଯେ, ରାଜୀବଙ୍କ ସମର୍ଥନ ଥିଲା ତାହା ତାଙ୍କ ଭାଷଣ ହିଁ ଇଙ୍ଗିତ କରୁଥିଲା ବୋଲି ଶିଖ୍‌ମାନଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହେଲା। ରାଜୀବଙ୍କ ଏହି ଭାଷଣ ଶିଖ୍‌ମାନଙ୍କୁ ଆହୁରି କଂଗ୍ରେସ ବିରୋଧୀ କରିଦେଇଥିଲା। ଆଉ ଯେତେବେଳେ ବି ନିର୍ବାଚନ ଆସେ ରାଜୀବଙ୍କ ସେହି ଭାଷଣ କଂଗ୍ରେସକୁ ଅଡ଼ୁଆରେ ପକାଏ।

ସେହି ପଦିଏ କଥାକୁ ଅସ୍ତ୍ର କରି ବିରୋଧୀ ଆଜି ବି କଂଗ୍ରେସକୁ ଟାର୍ଗେଟ କରନ୍ତି।  ଯାହା ପରବର୍ତ୍ତୀ ସମୟରେ ରାଜୀବଙ୍କ ସେହି ବିବାଦୀୟ ବୟାନ ପଞ୍ଜାବରେ ଦଳକୁ କ୍ଷତି ପହଞ୍ଚାଇଥିଲା। ଅବଶ୍ୟ ଏବେ ପୂର୍ବ ପରିସ୍ଥିତି  ନଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ସେହି ବିବୃତି ଦଳ ପାଇଁ ବୁମେରାଂ ହୋଇଥିଲା।

ସୌଜନ୍ୟ: ଏନ୍‌ଡିଟିଭି

 



from Odisha Reporter https://ift.tt/2CuwZcu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages