
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ସିଜ୍ ଘଟଣା ନୂଆ ମୋଡ଼ ନେଇଛି। ଯେଉଁ ଅଭିଯୋଗ ବୈଜୟନ୍ତଙ୍କ ନାଁରେ ଆସିଛି, ନବୀନ ପୂର୍ବରୁ ସେଇଆ କରିଥିଲେ। ଏକ ହୋଟେଲ ଉଦ୍ଘାଟନ ପାଇଁ ଗତବର୍ଷ ଚିଲିକା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଯାଇଥିଲେ।

ଯେଉଁ ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ହ୍ୟାଙ୍ଗର ସିଜ୍ କରାଗଲା, ତାହା ଯଦି ବୈଜୟନ୍ତଙ୍କ ପାଇଁ ଲାଗୁ ହେଲା, ନବୀନଙ୍କ ପାଇଁ କାହିଁକି ନୁହେଁ ବୋଲି ଜଣେ ଟ୍ୱିଟ୍ର ୟୁଜର ପ୍ରଶ୍ନ ଉଠାଇଛନ୍ତି।
ଟ୍ୱିଟ୍ର ୟୁଜର ଜଣଙ୍କ ଏଭଳି ଡବଲ ଷ୍ଟାଣ୍ଡାର୍ଡ କାହିଁକି ବୋଲି ପ୍ରଶ୍ନ ଉଠାଇଛନ୍ତି।
ସେ ତାଙ୍କ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି,“ଏଫ୍ଆଇଆର୍ ଅନୁଯାୟୀ ନୋ ଫ୍ଲାଇଂ ଜୋନ୍ରେ ବୈଜୟନ୍ତ ହେଲିକପ୍ଟର ଉଡ଼ାଇଥିଲେ। ହେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନୋ ଫ୍ଲାଇଂ ଜୋନ୍ ତାଲିକାରେ ଚିଲିକା ନଥିବା ଜଣାପଡ଼ିଛି।
from Odisha Reporter https://ift.tt/2D89uGp
No comments:
Post a Comment