ବାତ ଦୋଷ ଦୂର କରେ ତ୍ରିଫଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ବାତ ଦୋଷ ଦୂର କରେ ତ୍ରିଫଳା

health

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆୟୁର୍ବେଦ ଅନୁସାରେ ବାତ, ପିତ୍ତ ଓ କଫ ଆମ ସ୍ୱାସ୍ଥ୍ୟର ଆଧାର। ତେବେ ଶରୀରରେ ଏସବୁର ସ୍ତର ସନ୍ତୁଳନ ହରାଇଲେ, ବିଭିନ୍ନ ରୋଗ ସୃଷ୍ଟି ହୁଏ।
ଆୟୁର୍ବେଦ ଅନୁସାରେ, ମୁଣ୍ଡରୁ ଛାତି ମଧ୍ୟ ଭାଗ ପର୍ଯ୍ୟନ୍ତ ହେଉଥିବା ରୋଗ ‘କଫ’ ଯୋଗୁ ହୋଇଥାଏ। ଛାତିର ମଧ୍ୟ ଭାଗରୁ ପେଟ ଓ କମରର ଶେଷ ପର୍ଯ୍ୟନ୍ତ ହେଉଥିବା ବିଭିନ୍ନ ରୋଗ ‘ପିତ୍ତ’ଜନିତ। ଆଉ କମରରୁ ଶରୀରର ଶେଷ ଭାଗ ଯାଏ ସୃଷ୍ଟି ହେଉଥିବା ରୋଗସବୁ ‘ବାତ’ର ସନ୍ତୁଳନ ବିଗିଡ଼ିଲେ ହୋଇଥାଏ।
ଆଜି ଆମେ ବାତ ଦୋଷ ଓ ଏହାର ଆୟୁର୍ବେଦ ଉପଚାର ସମ୍ପର୍କରେ କହିବୁ।
କ’ଣ ଏହି ‘ବାତ’ ଦୋଷ
ଯେତେବେଳେ ଶରୀରରେ ବାୟୁର ସ୍ତର ଆବଶ୍ୟକରୁ ଅଧିକ ହୋଇଥାଏ, ବାତ ଦୋଷର ଲକ୍ଷଣ ଦେଖାଦିଏ। ସାଧାରଣତଃ ସନ୍ଧ୍ୟା କିମ୍ବା ରାତିର ଶେଷ ପ୍ରହରରେ ବାତ ଦୋଷ ଅନୁଭୂତ ହୁଏ। ଯଦି ଆପଣ ଏହି ସମୟରେ କୌଣସି ଶାରୀରିକ ସମସ୍ୟାରେ ପଡ଼ୁଛନ୍ତି, ତେବେ ଏହାର କାରଣ ବାତ ଦୋଷ ହୋଇପାରେ।
ବାତଜନିତ କଷ୍ଟ ଯୋଗୁ ଲୋକେ ଖାଇବା ପିଇବା ମଧ୍ୟ ଛାଡ଼ି ଦେଇଥା’ନ୍ତି। ଶରୀର ଶୁଷ୍କ ଦେଖାଯାଇଥାଏ। ଶରୀରରେ ଗଣ୍ଠି ସମସ୍ୟା, ରୂପି, ଦାନ୍ତ ଦରଜ, ଡର ଓ ଖରାପ ସ୍ୱପ୍ନ ଦେଖିବା ଆଦି ବାତ ଦୋଷ କାରଣରୁ ହୋଇଥାଏ।
କେଉଁଠି ହୋଇଥାଏ ବାତ
ପେଟରେ ଥିବା ଅନ୍ତଃନାଡ଼ିରେ ବାତ ଥାଏ। ଆଉ ବାତଜନିତ ରୋଗ ହେଲେ, ଅଧିକାଂଶ କ୍ଷେତ୍ରରେ ରୋଗୀଙ୍କ ପେଟ ଫୁଲି ଯାଏ। ଏହାସହ ପାଟିରୁ ଲାଳ ବାହାରିବା, ଗ୍ୟାସ୍‌ ସୃଷ୍ଟି ହେବା, ଶରୀର ଦୁର୍ବଳ ଲାଗିବା, ଦେହ ଥରିବା ଓ ପେଟ ଗୁଡ଼ଗୁଡ଼ୁ ହେବା ଆଦି ଲକ୍ଷଣ ଦେଖା ଦିଏ।
ତେବେ ଏହିସବୁ ସମସ୍ୟାର ମହୌଷଧୀ ହେଉଛି ‘ତ୍ରିଫଳା’। ବାତ ଦୋଷ ଦୂର ପାଇଁ ‘ତ୍ରିଫଳା’ ହିଁ ପ୍ରଭାବୀ ଓ ବିଶ୍ୱସନୀୟ ଉପଚାର ବୋଲି ଆୟୁର୍ବେଦରେ କୁହାଯାଇଛି।
କେମିତି କରିବେ ଉପଚାର
ଆପଣ ତ୍ରିଫଳା ଗୁଣ୍ଡର ଚା’ ପିଇ ପାରିବେ। ଏହା ବାତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
ଏହା ବାଦ୍‌ ଏକ ଚାମଚ ତ୍ରିଫଳା ଗୁଣ୍ଡ ସହ ଅଧା ଚାମଚ ଧନିଆ, ଏକ ଚାମଚ ଅଳେଇଚ ଗୁଣ୍ଡକୁ ନେଇ ଏକ ମିଶ୍ରଣ ପାଉଡର୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ଦିନକୁ ଦୁଇ ଥର ଖା’ନ୍ତୁ।
ତ୍ରିଫଳା ଗୁଣ୍ଡରେ ଥିବା ଗ୍ଲାଇକୋସାଇଡ୍‌ ବହୁ ରୋଗର ନିବାରକ। ସେହିପରି ଅଳେଇଚ ଓ ଧନିଆ, ପେଟ ଫୁଲିବା ପରି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହାର ମିଶ୍ରଣ ନିୟମିତ ବ୍ୟବହାର କରିବା ଦ୍ୱାରା ବାତ ଦୋଷ ଦୂର ହୋଇଯାଇଥାଏ।
ତ୍ରିଫଳାରୁ ଶରୀରକୁ ମିଳୁଥିବା ଅନ୍ୟ ଲାଭ
ନିୟମିତ ତ୍ରିଫଳା ଗୁଣ୍ଡ ଖାଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୁଏ।
ଏହାକୁ ନିୟମିତ ସେବନ କଲେ ଦୀର୍ଘ ଦିନ ଯାଏ ଶରୀର ରୋଗମୁକ୍ତ ରୁହେ।
କେଶ ଖରାପ ହେବା ଓ ସମୟ ପୂର୍ବରୁ ପାଚିବା ଭଳି ସମସ୍ୟା ତ୍ରିଫଳା ଗୁଣ୍ଡ ଦୂର କରେ।
ସକାଳେ ନିତ୍ୟକର୍ମ ସାରିବା ପରେ ଶୁଦ୍ଧ ପାଣି ସହ ତ୍ରିଫଳା ଗୁଣ୍ଡ ଖା’ନ୍ତୁ। ଏହାପରେ ଘଣ୍ଟାଏ ଯାଏ କିଛି ନ ଖାଇ କେବଳ ଆବଶ୍ୟକତା ଅନୁସାରେ ପାଣି ପିଅନ୍ତୁ। ଦେଖିବେ, ପେଟ ସମସ୍ୟା ଦୂର ହୋଇଯିବ।



from Odisha Reporter https://ift.tt/2NTaOB8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages