ଆସିଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍‌’ର ଟ୍ରେଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଆସିଲା ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍‌’ର ଟ୍ରେଲର

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ବଲିଉଡ୍‌ ମୁଭି ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ୍‌’ର ଟ୍ରେଲର୍‌। ରିଲିଜ୍ ହେଉ ହେଉ ଫିଲ୍ମର ଟ୍ରେଲର୍‌କୁ ମିଳିଛି ଦର୍ଶକଙ୍କ ଭରପୂର ସମର୍ଥନ।
ବ୍ରିଟିସ୍ ଶାସନ ସମୟରେ ଭାରତରେ ଜଳ ଦସ୍ୟୁମାନଙ୍କ କାହାଣୀକୁ ନେଇ ନିର୍ମିତ ହୋଇଛି ଏହି ଫିଲ୍ମ। ଫିଲ୍ମ୍‌ର ଟ୍ରେଲର୍‌ରେ ଜବରଦସ୍ତ ଆକ୍ସନ୍‌ ଦେଖିବାକୁ ମିଳିଛି। ଏହା ସହ ମିଷ୍ଟର୍‌ ପରଫେକ୍ସନିଷ୍ଟ୍‌ ଆମୀର ଖାନ୍‌ ଓ ବିଗ୍ ବି’ ଅମିତାଭଙ୍କ ଦମଦାର୍‌ ଡାଏଲଗ୍ସ ଦର୍ଶକଙ୍କୁ ଫିଲ୍ମ ପ୍ରତି ଆକୃଷ୍ଟ କରୁଛି।

ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମର ମୋସନ ପୋଷ୍ଟରଗୁଡ଼ିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ଏବେ ଫିଲ୍ମର ଟ୍ରେଲର୍‌ ମଧ୍ୟ ହିଟ୍ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

ଆଦିତ୍ୟ ଚୋପ୍ରା ପ୍ରଯୋଜିତ ଏହି ଫିଲ୍ମରେ ଅମିତାଭ (ଖୁଦାବକ୍ସ) ଏବଂ ଆମିର୍ ଖାନ୍(ଫିରଙ୍ଗି) ପ୍ରମୁଖ ଚରିତ୍ରରେ ନଜରକୁ ଆସିବେ। ଏହା ସହ କ୍ୟାଟ୍ରିନା କୈଫ(ସୁରେୟା) ଓ ଫାତିମା ସାନା ସେଖ(ଜାଫେରା)ଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ। ସେହିପରି ଖଳନାୟକ ଭୂମିକାରେ ଜନ୍ କ୍ଲାଇବ୍‌ଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।

ୟଶ୍‌ରାଜ୍ ବ୍ୟାନରେ ନିର୍ମିତ ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ କ୍ରିଷ୍ଣା ଆଚାର୍ଯ୍ୟ। ଆସନ୍ତା ଦିପାବଳୀରେ ଏହି ଫିଲ୍ମ ମୁକ୍ତିଲାଭ କରିବ।

ସୂଚନାଯୋଗ୍ୟ, ଏହି ଫିଲ୍ମ Philip Meadows Taylorଙ୍କ ଲିଖିତ Confessions of a Thugକୁ ଆଧାର କରି ପ୍ରସ୍ତୁତ ହୋଇଛି।



from Odisha Reporter https://ift.tt/2DAPMDm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages