
ନୂଆଦିଲ୍ଲୀ: ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଥିବା ପରକୀୟା ପ୍ରୀତିକୁ ସୁପ୍ରିମ୍କୋର୍ଟ ଆଇପିସିର ଧାରା ୪୯୭ରେ ଅସାମ୍ୱିଧାନିକ ବୋଲି କହିଛନ୍ତି। ସୁପ୍ରିମ୍କୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ଗୁରୁବାର ଏହି ଐତିହାସିକ ନିଷ୍ପତି ଶୁଣାଇଛନ୍ତି। ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଏବି ବେଞ୍ଚ୍ରେ ହୋଇଥିବା ଆଇନ୍ ଅନୁସାରେ ମହିଳାମାନଙ୍କ ସହିତ ଅସମ୍ମାନ କରାଯାଇପାରିବ ନାହିଁ। ଏଣୁ ଏଭଳି ସମ୍ପର୍କ ଅପରାଧ ପର୍ଯ୍ୟାୟବାଚୀ ହେବନାହିଁ ବୋଲି କୁହାଯାଇଛି।
ଏଣେ ସୁପ୍ରିମ୍କୋର୍ଟଙ୍କ ନିଷ୍ପତି ପରେ ସୋଶାଲ ମିଡିଆରେ ୟୁଜର୍ସ ଦୁଇ ପ୍ରକାର ମନ୍ତବ୍ୟ ଦେଉଛନ୍ତି। କେହି କେହି ଏହାକୁ ସମର୍ଥନ କରୁଥିବା ବେଳେ ଅଧିକାଂଶ ଏହି ରାୟକୁ ଅପସଂସ୍କୃତିର ପ୍ରୋତ୍ସାହନ ଏବଂ ପାରିବାରିକ ଜୀବନ ଉପରେ ଏକ ଆକ୍ରମଣ ବୋଲି କହିଛନ୍ତି।
କିଛି ୟୁଜର୍ ଏହି ନିଷ୍ପତିକୁ ଭାରତୀୟ ସଂସ୍କୃତିର ବିରୋଧୀ ବୋଲି ଦର୍ଶାଇଛନ୍ତି। ସେହିପରି କିଛି ଲୋକ ଏହାକୁ ଠିକ୍ ବୋଲି ଦର୍ଶାଇ ସୁପ୍ରିମ୍ କୋର୍ଟକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।





ଜଣେ ୟୁଜର୍ ଏହାକୁ ନେଇ କହିଛନ୍ତି, “ଏହା ଏକ ବୋକା କରିବା ଭଳି ନିଷ୍ପତି। ଆଇନ୍ ଆମ ସଂସ୍କୃତି ସୁରକ୍ଷା ଦେବା ପାଇଁ କରାଯାଇଛି। ଏହି ଆଇନ୍ କରାଯାଇ ଏହାକୁ ଆମ ଦେଶର ସଂସ୍କୃତିକୁ ନଷ୍ଟ କରାଯାଉଛି। “
ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, “ଧାରା ୪୯୭ ପରେ ବିବାହିତ ପୁରୁଷମାନେ ନିଜ ନିଜ ସ୍ତ୍ରୀମାନଙ୍କଠାରୁ ସାବଧାନ ହୋଇରୁହନ୍ତୁ।“
କିଛି ଲୋକ ଧାରା ୪୯୭କୁ ଧାରା ୩୭୭ ସହିତ ଯୋଡ଼ି ମଧ୍ୟ କହିଛନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି, ଏହି ଆଇନ୍କୁ ସମ୍ୱିଧାନ ଗ୍ରହଣ କଲେ ମଧ୍ୟ ପରମାତ୍ମା କେବେ ବି ଏହାକୁ ଗ୍ରହଣ କରିବେ ନାହିଁ। ଏପରି ବ୍ୟଭିଚାର କଲେ, ଅତ୍ୟାଚାରୀକୁ ୭୦ଥର ଅନ୍ଧ ହେବାକୁ ପଡ଼ିବ। ତେଣୁ ଏବେଠାରୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ।
କିଛି ୟୁଜର୍ ଏହାକୁ ବଲିଉଡ୍ ଚଳଚ୍ଚିତ୍ରର ବ୍ୟଙ୍ଗାତ୍ମକ ଚିତ୍ର ଦେଖାଇ କାର୍ଟୁନ୍ କରିଛନ୍ତି।
ଜଣେ ୟୁଜର୍ କହିଛନ୍ତି, ବିବାହ ପରେ ପରକୀୟା ପ୍ରୀତି କରିବା ପାପ ନୁହେଁ। ଯେଉଁ ହିସାବରେ ସୁପ୍ରିମ୍ କୋର୍ଟ ନିଷ୍ପତି ଶୁଣାଇଛନ୍ତି, କିଛି ଦିନ ପରେ ଭାରତ ବର୍ବାଦ୍ ହେବାକୁ ଯାଉଛି।
from Odisha Reporter https://ift.tt/2xTj7Tj
No comments:
Post a Comment